ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରର ଖବର କାଗଜ ହକର ଭାବରେ ପରିଚିତ ଭୁବେଶ୍ୱର ରାଉତ(ମେଟ୍ନା)ଙ୍କର ଗତକାଲି ରାତି ଏଗାରଟାରେ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହେଇଯାଇଥିବା ଜଣାପଡିଛି । ସେ ଗତକିଛି ଦିନ ହେଲା ଅସୁସ୍ଥ ଥିବାବେଳେ ଗତକାଲି ତାଙ୍କରି ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାକୁ ନିଆଯାଇଥିଲା । ଦୀର୍ଘ ବର୍ଷ ଧରି ସେ ବିଭିନ୍ନ ଖବରକାଗଜ ବିତରରଣ ଦାୟିତ୍ୱ ନେଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୮ବର୍ଷ ହେଇଥିବା ବେଳେ ଘରେ ଦୁଇ ଝିଅ ଓ ବିଧବା ପତ୍ନୀ ରହିଛନ୍ତି । ଅନେକ ଶ୍ରମ ସ୍ୱୀକାର କରି ଦସ୍ୱବ ଝିଅଙ୍କୁ ପାଠ ପଢେଇଥିଲେ ସେ । ବଡ଼ ଝିଅ ଗୋଟିଏ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରୁଥିବା ବେଳେ ସାନଝିଅ ମଧ୍ୟ ଯୁକ୍ତ ଦୁଇ ଅଧ୍ୟୟନ କରିଛନ୍ତି ତାଙ୍କରି ପରଲୋକ ଖବର ପାଇ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ, ସମାଜସେବୀ ରଶ୍ମି ରଞ୍ଜନ ପ୍ରହରାଜ, ମଳୟ କୁମାର ତ୍ରିପାଠୀ, ରଞ୍ଜନ ମହାରଣା ପ୍ରମୁଖ ଶେଷ ଦର୍ଶନ କରିଥିଲେ । ପରେ ଉତ୍ତେଇ ନଦୀ କୂଳ ଶ୍ମଶାନରେ ତାଙ୍କରି ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।