ପରକୀୟା ପ୍ରୀତି ପାଇଁ ପ୍ରାଣ ହରାଇଲେ ଯୁବକ

କଣାସ : କେନାଲ ବନ୍ଧ ଉପରୁ ମିଳିଲା ଯୁବକଙ୍କ ମୃତଦେହ । ମୃତକ ଜଣକ ନୀଳକଣ୍ଠ ପାଇକରାୟ (୨୬) ବୋଲି ଜଣାପଡ଼ିଛି । ପିପିଲି ବ୍ଲକ ଅନ୍ତର୍ଗତ କଣ୍ଟି ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ସୂଚନା ଗତ ଯେ, ରବିବାର ବିଳମ୍ବିତ ରାତିରେ ନୀଳକଣ୍ଠ ତାଙ୍କ ଘରେ ଥିବା ବେଲେ ତାଙ୍କୁ ଫୋନକରି ଦୁର୍ବୃତ୍ତମାନେ ଡାକିନେଇଥିଲେ । ପରେ ଯୁବକଙ୍କ ମୃତଦେହ କେନାଲ ବନ୍ଧ ଉପରେ ପଡ଼ିଥିବାର ଦେଖିଥିଲେ ସ୍ଥାନୀୟଲୋକେ । ଏହା ଦେଖି ସ୍ଥାନୀୟଲୋକେ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ତେବେ ପରକୀୟା ପ୍ରୀତି ପାଇଁ ଏଭଳି ଘଟଣା ଘଟିଥିବା ନେଇ ନୀଳକଣ୍ଠଙ୍କ ପରିବାର ଲୋକେ ପିପିଲି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ୩ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ଅଟକଙ୍କ ମଧ୍ୟରେ ୨ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଥିବା ସୂଚନା ମିଳିଛି ।

Leave A Reply

Your email address will not be published.