oom

ବଲାଙ୍ଗିର ବନଖଣ୍ଡ ବିଭାଗ କେନ୍ଦୁପତ୍ର ତରଫରୁ କେନ୍ଦୁପତ୍ର ତୋଳାଳୀମାନଙ୍କୁ ରଥଯାତ୍ରା ପୂର୍ବରୁ ପାରିଶ୍ରମିକ ପ୍ରଦାନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖର୍ଲିକାନୀ ଗ୍ରାମରେ ବଲାଙ୍ଗିର ବନଖଣ୍ଡ ବିଭାଗ କେନ୍ଦୁପତ୍ର ତରଫରୁ କେନ୍ଦୁପତ୍ର ତୋଳାଳୀମାନଙ୍କୁ ସେମାନଙ୍କର ପାରିଶ୍ରମିକ ପ୍ରଦାନ କରାଯାଇଛି । କେନ୍ଦୁପତ୍ର ବିଭାଗ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେ ଦେବିଦାସ ମୁଖ୍ୟ ଅତିଥି ଭାବରେ ଓ ଏ ସି ଏଫ୍ କେଶବ ନାୟକ ଓ ଜିତେନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କେନ୍ଦୁପତ୍ର ତୋଳାଳୀମାନଙ୍କୁ ସେମାନଙ୍କର ପାଉଣା ପ୍ରାପ୍ତି ସମ୍ପର୍କରେ ପଚାରି ବୁଝିଥିଲେ । କେନ୍ଦୁପତ୍ର ତୋଳାଳୀ ମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏହି ଟଙ୍କା ପଡ଼ିଥିବା ଡିଏଫଓ ଦେଖିଥିଲେ । ଏବଂ ଶ୍ରମିକ ମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ରଥଯାତ୍ରା ପୂର୍ବରୁ କେନ୍ଦୁପତ୍ର ତୋଳାଳୀ ମାନେ ସେମାନଙ୍କର ପାଉଣା ପାଇଥିବାରୁ ଖୁସି ପ୍ରକାଶ କରିବା ସହିତ ବନବିଭାଗ ଓ ରାଜ୍ୟସରକାରଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ଏବଂ ସେମାନଙ୍କର ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ଶୀଘ୍ର ପ୍ରଦାନ କରିବାକୁ ଦାବି କରିଥିଲେ । ସୁଧୀର କୁମାର ତ୍ରିପାଠୀ, ଦିଲ୍ଲୀପ କୁମାର ସାହୁ, ବିଜୟ ସାହୁ, ଦୈତାରି ଶତପଥୀ, ଅରୁଣ ସିଂ, ସୁରେନ୍ଦ୍ର କଅର ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.