ppurohit

ସର୍ଗିବାହାଲରେ ଲୁପ୍ତପ୍ରାୟ ସଙ୍ଗୀତ ଉପରେ ଆଲୋଚନା ଚକ୍ର ଓ ପ୍ରଦର୍ଶନ ଅନୁଷ୍ଠିତ

2nd

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଶିଶୁ ମନ୍ଦିରରେ ସଚେତନ ହେମା ଢୋଲବନ୍ଧ ତରଫରୁ ଏକଦିନିଆ ସେମିନାର ଓ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ନାଟ୍ୟକାର ରାଜକୁମାର ସାହୁ ଲୁପ୍ତପ୍ରାୟ ଲୋକକଳା ଉପରେ ଗଭୀର ଆଲୋଚନା କରି ପୁରୁଣା ଭାରତୀୟ ନାଟକ, ସଙ୍ଗୀତ, ଗୀତ ଆଦିକୁ ବଞ୍ଚାଇବାକୁ ପିଲାମାନଙ୍କୁ ପ୍ରବାର୍ତ୍ତାଇଥିଲେ । ପରେ ଅନୁଷ୍ଠାନ ତରଫରୁ ଗୁରୁ ଆନନ୍ଦ ବାଗ ବ୍ରହ୍ମବୀଣା ପରିବେଷଣ କରିବା ସହିତ ତାର ପ୍ରସ୍ତୁତି ପ୍ରଣାଳୀ ବୁଝାଇ ଥିଲେ । ଛାତ୍ରଛାତ୍ରୀ ନିଜେ ବ୍ରାହ୍ମବୀଣା ଧରିବା ସହିତ ଲୋକବାଦ୍ୟ ବିଷୟରେ ଅନେକ ପ୍ରଶ୍ନର ଉତ୍ତର ପାଇପାରିଥିଲେ । ରାଜକୁମାର ସାହୁଙ୍କ ନିଆରା ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିଥିବା ବେଳେ ଅନୁଷ୍ଠାନର ମହେନ୍ଦ୍ର ସାହୁ, ଘନଶ୍ୟାମ ସାହୁ, ଘନଶ୍ୟାମ ଭୋଇ, ଓ କାର୍ତ୍ତିକ ମହାନନ୍ଦ ପରିବେଷଣରେ ସହଯୋଗ କରିଥିବା ବେଳେ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ବୃନ୍ଦ ସହଯୋଗ କରିଥିଲେ । ଗୁରୁଜୀ ହରେରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.