
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କଂଗ୍ରେସ ପାର୍ଟି ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ କଂଗ୍ରେସ ନେତା ଭାଗିରଥୀ ବେହେରାଙ୍କ ନେତୃତ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମଶାଲ୍ ଶୋଭାଯାତ୍ରା ବାହାରି ଛତ୍ରପୁର ସହର ପରିକ୍ରମା ହୋଇଥିଲା । ଏହି ମଶାଲ୍ ଶୋଭାଯାତ୍ରାରେ କଂଗ୍ରେସର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ ପୁରୁଖା ନେତ୍ତୃବର୍ଗ, କର୍ମୀ ଯୋଗଦେଇ ରାଜ୍ୟରେ ଶାସକ ବିଜେପି ସରକାରଙ୍କ ବିରୁଦ୍ଧରେ ଡ଼ାକବାଜି ଯନ୍ତ୍ର ଯୋଗେ ସ୍ୱର ଉତ୍ତୋଳନ କରି ସହର ପରିକ୍ରମା କରିଥିଲେ । କଂଗ୍ରେସ ପାର୍ଟି ପକ୍ଷରୁ ଲୋକଙ୍କୁ ବିଜେପି ସରକାରଙ୍କ ନୀତି ଅଗଣତାନ୍ତ୍ରିକ ଶାସନ, ଚୋରୀ, ରାହାଜାନୀ, ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଥିବା ନେଇ ପ୍ରଚାର ପ୍ରସାର କରିଥିଲେ । ଛତ୍ରପୁର ଲୋୱେର ବସଷ୍ଟାଣ୍ଡ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସାଂଗକୁ ସରକାରଙ୍କ ବିରୁଦ୍ଧରେ କଟୁ-ସମାଲୋଚନା କରିଥିଲେ ।