ବଙ୍ଗୋମୁଣ୍ଡା ଏସବିଆଇ ପକ୍ଷରୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ରେ ୮ ଜଣ ନୋମିନୀଙ୍କୁ ୨ ଲକ୍ଷ ଟଙ୍କା ଲେଖାଁଏ ଚେକ ପ୍ରଦାନ କଲେ କଣ୍ଟାବାଞ୍ଜି ବିଧାୟକ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୨ ଲକ୍ଷ ଟଙ୍କା ଲେଖାଏଁ ୮ ଜଣ ନୋମିନୀ ଚେକ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ପରିଚାଳକ ରୁଦ୍ରନାରାୟଣ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗ ଦେଇ ନୋମିନୀ ମାନଙ୍କୁ ଚେକ ପ୍ରଦାନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ସାଂସଦଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଅନିଲ ନାଏକ, ବଙ୍ଗୋମୁଣ୍ଡା ବିଜେପି ମଣ୍ଡଳ ସଭାପତି ପବିତ୍ର ପୋଢ଼ ଏବଂ ଅନ୍ୟ ମାନେ ସାମିଲ ହୋଇଥିଲେ । ଏଥିରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ମୃତକ ମାନେ ଖାତା ଖୋଲି ଥିଲେ ତାଙ୍କ ଖାତାରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା କରି ବାର୍ଷିକ ୪୩୬ ଟଙ୍କା ବୀମା ପ୍ରଦାନ କରିଥିଲେ । କୌଣସି କାରଣରୁ ସେମାନଙ୍କ ମୃତ୍ୟୁ ହୋଇଥିଲା । ତେବେ ତାଙ୍କ ମୃତ୍ୟୁ ହେବାର ମାତ୍ର ୩୦ ଦିନ ମଧ୍ୟରେ ତାଙ୍କ ବ୍ୟାଙ୍କ ଖାତାକୁ ତଦନ୍ତ କରି ବୀମା କରିଥିବା ମନୋନୀତ ହୋଇଥିବା ୮ ଜଣ ନୋମିନି ମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । ଏଥିରେ କ୍ୟାସ ଅଫିସର ଖିତିଶ କୁମାର ନାୟକ, ସହଯୋଗୀ ହରିହର ମେହେର, ଆନନ୍ଦ ମିଶ୍ର, ଭୁବନେଶ୍ୱର ବସ୍ତିଆ, ପ୍ରମୋଦ ନାଏକ ସହ ଅନ୍ୟମାନେ ସହଯୋଗ କରିଥିଲେ । ଏଥିରେ ବ୍ୟାଙ୍କର ଗ୍ରାହକମାନେ ସାମିଲ ହୋଇଥିଲେ । ସମସ୍ତ ଗ୍ରାହକ ମାନେ ବୀମା କରିବା ପାଇଁ ବିଧାୟକ ପରାମର୍ଶ ଦେଇଥିଲେ ।