ଜାତୀୟ କୃମି ନାଶକ ଦିବସ ପାଳନ ପାଇଁ ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ପଞ୍ଚାୟତ ସମିତି ସଭାଗୃହଠାରେ ସିଏଚସି ଜାମଗାଁ ତରଫରୁ ଚଳିତ ମାସ ୧୨ତାରିଖରେ ଜାତୀୟ କୃମି ନାଶକ ଦିବସ ପାଳନ କରିବା ପାଇଁ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଏହି ତାଲିମ କାର୍ଯ୍ୟକ୍ରମରେ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଆନନ୍ଦ ମିଶ୍ର, ମଲମୁଣ୍ଡା ସେକ୍ଟର ର ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରେମରାଜ ସିଂ ମାଝି ଓ ମହିମୁଣ୍ଡା ସେକ୍ଟରର ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମନୋଜ କୁମାର ମାଝୀ, ଜାମଗାଁ ସିଏଚସିର ସମନ୍ୱିତ ପରାମର୍ଶଦାତା ପୁଷ୍ପାଞ୍ଜଳି ଠାକୁର, ଏବିଇଓ ତଥା ବିଆରସିସି ଲଛମନ ପ୍ରଧାନ ପ୍ରମୁଖ ଜାତୀୟ କୃମିନାଶକ ଦିବସ ପାଳନ ସମୟରେ କେଉଁ କେଉଁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ସହ ପ୍ରଦାନ କରାଯାଇଥିଲା । ଦୁଇଟି ଅଧିବେଶନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁଇଁତଲା ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୧୬୪ଜଣ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.