jayashree

ବୃଦ୍ଧ ବାପାଙ୍କୁ ପର କରିଦେଲେ ପୁଅ ଓ ବୋହୂ

ଢେଙ୍କାନାଳ, (ତାପସ ଦାସ) : ବାପମା କେତେ ପୁଣ୍ୟ କରିଥିଲେ ପୁତ୍ର ସନ୍ତାନ ଟିଏ ପ୍ରାପ୍ତ ହୁଏ ବୋଲି ସମସ୍ତେ କହି ଆସୁଥିବା ବେଳେ ସେହି ପୁଅ ବଡ଼ ହୋଇ ବିବାହ ସାରିବା ପରେ ବାପା ମା’କୁ ମଧ୍ୟ ପର କରିବାକୁ ପଛାଉନାହାନ୍ତି । ବର୍ତ୍ତମାନ ସମୟରେ ନିଜ ସ୍ୱାର୍ଥ ପାଇଁ ସେହି ପୁଅବୋହୁ ବାପା ମା’ଙ୍କୁ ବୋଝ ଭାବି ଘରୁ ତଡ଼ିଦେବା ସହ ନାହିଁ ନଥିବା ମାନସିକ ଓ ଶରୀରିକ ଯନ୍ତ୍ରଣା ଦେଇ ଆସୁଥିବାର ଚିତ୍ର ପ୍ରତିଦିନ ସମାଜରେ ଦେଖିବାକୁ ମିଳୁଛି । ସେଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅନ୍ତର୍ଗତ ଆମ୍ବବହଲି ଗ୍ରାମରେ । ଉକ୍ତ ଗ୍ରାମର ଅଲେଖ ଚନ୍ଦ୍ର ପଣ୍ଡା (୮୫ ବର୍ଷ) ତାଙ୍କର ଏକମାତ୍ର ପୁତ୍ର ଶ୍ରୀନିବାସ ପଣ୍ଡା(୪୮ ବର୍ଷ) ଓ ପୁତ୍ରବଧୁଙ୍କ ଦ୍ୱାରା ଯନ୍ତ୍ରଣା ପାଇ ଆସୁଥିବା ବେଳେ ଆଜି ଢେଙ୍କାନାଳର ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ । ତାଙ୍କର ଅଭିଯୋଗ ଅନୁଯାଇ ତାଙ୍କର ସ୍ତ୍ରୀ, ତାଙ୍କ ଶ୍ୱଶୁରଙ୍କର ଏକମାତ୍ର କନ୍ୟା ହୋଇଥିବା ହେତୁ ସେ ତାଙ୍କ ପିତାଙ୍କ ସେବା ଉଦେଶ୍ୟରେ ସେଠାରେ ରହିଆସୁଥିବା ବେଳେ ଶ୍ରୀ ପଣ୍ଡା ପିଲାଙ୍କ ସହ ରହୁଥିଲେ । ସେ ତାଙ୍କର ପୁତ୍ରକୁ ନିଜର ଚାକିରି ଦେଇଥିବା ସ୍ଥଳେ ଏବେ ତାଙ୍କର ପୁତ୍ର ତାଙ୍କୁ ଅନେକ ସମୟରେ ଅନେକ ଅସୁବିଧାରେ ପକାଉଛନ୍ତି, ଯାହାଦ୍ୱାରା କି ଏବେ ସେ ନିଜର ଝିଅ ଘରେ ଜୋରନ୍ଦ। ରେ ରହୁଛନ୍ତି । ତେଣୁ ଜିଲ୍ଲାପାଳ ମହୋଦୟ ଏଥିପ୍ରତି ଧ୍ୟାନ ଦେଇ ତାଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ସେ ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.