
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବିଭିନ୍ନ ଗ୍ରାମର ୧୧୨ ଟି ସଂକିର୍ତ୍ତନ ଦଳ ଦିର୍ଘ ଦିନ ହେଲା ତାଙ୍କ ମହାସଂଘର ଗୋଟିଏ କଲ୍ୟାଣ ଟ୍ରଷ୍ଟ ପଞ୍ଜିକୃତ କରି ସଂକୀର୍ତ୍ତନ କଳାକୁ ଆଗେଇ ନେବା ପାଇଁ ଇଛା ପ୍ରକାଶ କରିଥିଲେ । ସମାଜ ସେବୀ ଶ୍ରୀକର ମିଶ୍ରଙ୍କ ପ୍ରେରଣା ପାଇ ଏକ ୨୯ ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି । ଏଥିରେ ସଭାପତି ଭାବରେ କୁଟେନପାଲି ଗ୍ରାମର ରାମଚନ୍ଦ୍ର ନନ୍ଦ, ଉପ-ସଭାପତି ଭାବରେ ସିଲେଟ ପଡାର ବରୁଣ ବାଗ, ସମ୍ପାଦକ ଗଇଁନ୍ତଲା ଗ୍ରାମ ର ପ୍ରେମଲାଲ ହରପାଲ, ସହ-ସମ୍ପାଦକ ରିନବଚନର ମେଘନାଦ ବାରିକ ଓ କୋଷଧ୍ୟକ୍ଷ ଭାବରେ ଖଇରପାଲି ଗ୍ରାମର ବିଘ୍ନରାଜ ତାଣ୍ଡି ମନୋନୀତ ହୋଇଛନ୍ତି । ଆଜି ଜିଲ୍ଲା ଉପ ନିର୍ବନ୍ଧକ କାର୍ଯ୍ୟାଳୟକୁ ଯାଇ ଶ୍ରୀ ଚୈତନ୍ୟ ସଂକୀର୍ତ୍ତନ ମହାସଂଘ କଲ୍ୟାଣ ଟ୍ରଷ୍ଟ ପଞ୍ଜିକୃତ କରିଛନ୍ତି । ଏହି ସମୟରେ ଉପରୋକ୍ତ କାର୍ଯ୍ୟକର୍ତ୍ତାଙ୍କ ସହ ଅନ୍ୟାନ୍ୟ ସଭ୍ୟ/ସଭ୍ୟା ଦିଲିପ ତାଣ୍ଡି, ମଦନ କୁମ୍ଭାର, ଗଜପତି ନନ୍ଦ, ଧର୍ମୁ କୁମ୍ଭାର, ସୀତାକାନ୍ତ ବାଗ, ସୁଶିଳା କୁମ୍ଭାର, ରିତା ତାଣ୍ଡି, ଶିବାନୀ ବୁଡେକ, ରୁକୁଣୀ ବାଗ, ବିକ୍ରମ ବାଗ, ସନ୍ତୋଷ ସୁନା, ଗୌରୀ ନନ୍ଦ, ଉମେଶ ଚନ୍ଦ୍ର ଭେସରା, ସୁରେନ୍ଦ୍ର ଛତ୍ରିଆ, ଯୋଗେଶ୍ୱର ବାରିକ, ପବିତ୍ର ନାଗ, ମନରଂଜନ କୁମ୍ଭାର, ତୁଫାନ ବାଗ, ଅଞ୍ଜନା ବାଗ, ସଞ୍ଜୁ ତାଣ୍ଡି, ହିରାଲାଲ ମହାନନ୍ଦ, ଉଦ୍ଧବ ବାରିକ, ହୃଷିକେଶ ବାରିକ, ଧନେଶ୍ୱର ଛତ୍ରିଆ ତଥା ଆନନ୍ଦ ବାରିକ ପଞ୍ଜିକୃତ ଦଲିଲରେ ସ୍ୱାକ୍ଷର କରିଥିଲେ । ଟ୍ରଷ୍ଟ ପଞ୍ଜିକୃତ ପରେ ସମସ୍ତେ ଶ୍ରୀ ମିଶ୍ରଙ୍କ ଆଶିର୍ବାଦ ନେଇଥିଲେ ଏବଂ ବଲାଙ୍ଗିର ଜିଲ୍ଲାରେ ସଂକୀର୍ତ୍ତନକୁ ଅଶ୍ଲିଳମୁକ୍ତ କରି ଗୋଟିଏ ସୁସ୍ଥ ବାତାବରଣ ସୃଷ୍ଟିିକରିବା ପାଇଁ ଶପଥ ଗ୍ରହଣ କରିଥିଲେ । ପୁନଶ୍ଚ ମହାସଂଘର ଏହି ଟ୍ରଷ୍ଟ ତରଫରୁ ଗରିବ ମାନଙ୍କୁ ବିଭିନ୍ନ କ୍ଷେତ୍ର ସାହାଯ୍ୟ ସହଯୋଗ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।