ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

• ୧.୫ଲକ୍ଷରୁ ଅଧିକ ପତ୍ରିକାର ରେକର୍ଡ ଡିଜିଟାଇଜେସନ୍ କରାଯାଇଛି
• ପ୍ରେସ୍ ସେବା ପୋର୍ଟାଲରେ ୭୮୦ ଜିଲ୍ଲା ସାମିଲ
• ୫ କୋଟି ଟଙ୍କାରୁ ଅଧିକ ଜରିମାନା ଏବଂ ୮୮,୩୧୫ ପ୍ରକାଶନ ବାତିଲ

ନୂଆଦିଲ୍ଲୀ, (ପିଆଇବି) : ପ୍ରେସ୍ ଏବଂ ପତ୍ରିକାପଞ୍ଜିକରଣ (ପିଆରପି) ଆଇନ, ୨୦୨୩ଅନୁଯାୟୀ, ପତ୍ରିକାର ପଞ୍ଜିକରଣ ପାଇଁ ସମସ୍ତ ଆବେଦନଗୁଡ଼ିକୁ ପ୍ରେସ୍ ସେବା ପୋର୍ଟାଲ ମାଧ୍ୟମରେ ଡିଜିଟାଲ୍ ଭାବରେ ପ୍ରକ୍ରିୟାକରଣ କରାଯାଉଛି। ତଦନୁସାରେ, ପ୍ରେସ୍ ଏବଂ ପୁସ୍ତକ ପଞ୍ଜିକରଣ (ପିଆରବି) ଆଇନ, ୧୮୬୭ (ବର୍ତ୍ତମାନ ରଦ୍ଦ କରାଯାଇଛି) ଅଧୀନରେ ପଞ୍ଜିକୃତ ସମସ୍ତ ଭୌତିକ ରେକର୍ଡ (୧.୫ଲକ୍ଷରୁ ଅଧିକ) ସମ୍ବାଦପତ୍ରକୁ ଡିଜିଟାଇଜେସନ୍ କରାଯାଇଛି ଏବଂ ପ୍ରେସ୍ ସେବା ପୋର୍ଟାଲରେସାମିଲ କରାଯାଇଛି।କେନ୍ଦ୍ରସୂଚନାଏବଂପ୍ରସାରଣରାଷ୍ଟ୍ରମନ୍ତ୍ରୀଡକ୍ଟରଏଲମୁରୁଗନଆଜିଲୋକସଭାରେଏହିସୂଚନାଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀଙ୍କସୂଚନାମୁତାବକ ବର୍ତ୍ତମାନ, ନୂତନ ପତ୍ରିକାର ପଞ୍ଜିକରଣ, ବର୍ତ୍ତମାନ ପତ୍ରିକାର ପଞ୍ଜିକରଣ ସଂଶୋଧନ, ପତ୍ରିକାର ମାଲିକାନା ହସ୍ତାନ୍ତର, ବାର୍ଷିକ ବିବରଣୀ ଦାଖଲ, ଅନଲାଇନ୍ ଜରିମାନା ଦେୟ, ପତ୍ରିକାର ପ୍ରସାରଣ ଯାଞ୍ଚ ଇତ୍ୟାଦି ସେବାଗୁଡ଼ିକୁ ପ୍ରେସ୍ ସେବା ପୋର୍ଟାଲ ମାଧ୍ୟମରେ ପ୍ରକ୍ରିୟାକରଣ କରାଯାଉଛି। ଏହି ଆଇନ କାର୍ଯ୍ୟକାରୀ କରିବା ଅଧୀନରେ, ୭୮୦ଜିଲ୍ଲାର ନିଯୁକ୍ତ କର୍ତ୍ତୃପକ୍ଷଙ୍କୁ ପ୍ରେସ୍ ସେବା ପୋର୍ଟାଲ ସହିତ ଯୋଡ଼ାଯାଇଛି।୧ମାର୍ଚ୍ଚ, ୨୦୨୪ଠାରୁ, ୧୧,୦୮୧ଆବେଦନ ପ୍ରକ୍ରିୟାକରଣ କରାଯାଇଛି ଏବଂ ସମ୍ପୃକ୍ତ ବର୍ଗ ପାଇଁ ପ୍ରମାଣପତ୍ର ପ୍ରଦାନ କରାଯାଇଛି।
ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ଲାଗୁ ଏବଂ ପ୍ରଦାନ କରାଯାଇଥିବା ଜରିମାନାର ଏକ ବିସ୍ତୃତ ତାଲିକା ପରିଶିଷ୍ଟ-୧ରେ ସଂଲଗ୍ନ କରାଯାଇଛିଏବଂ ରଦ୍ଦ ହୋଇଥିବା ଏପରି ସମ୍ବାଦପତ୍ରର ଏକ ବିସ୍ତୃତ ରାଜ୍ୟୱାରୀ ତାଲିକା ପରିଶିଷ୍ଟ-୨ରେ ସଂଲଗ୍ନ କରାଯାଇଛି। ସରକାର ନିରନ୍ତର ଏହାର ବିଭିନ୍ନ ପଦକ୍ଷେପ ଏବଂ କାର୍ଯ୍ୟକ୍ରମର ପ୍ରଭାବ ମୂଲ୍ୟାଙ୍କନ କରନ୍ତି। ଭାରତୀୟ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ୍ (ପିଆରଜିଆଇ) ନିରନ୍ତର ମତାମତ ଗ୍ରହଣ କରନ୍ତି ଏବଂ ପୋର୍ଟାଲ୍ ମାଧ୍ୟମରେ ଉତ୍ତମ ସେବା ପ୍ରଦାନ କରିବା ପାଇଁ ପଦକ୍ଷେପ ନିଅନ୍ତି ।

Leave A Reply

Your email address will not be published.