ସ୍ୱର୍ଗୀୟ ଡା. ଉଷା ଅଗ୍ରୱାଲଙ୍କ ସ୍ମୁତି ଉପଲକ୍ଷେ ଆୟୁର୍ବେଦ ମହାବିଦ୍ୟାଳୟକୁ ଥଣ୍ତା ପାନୀୟ ଜଳ ମେସିନ ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟକୁ ସମାଜସେବୀ ଡା. ସୁରେଶ ଅଗ୍ରୱାଲ ଗତକାଲି ଏକ ଥଣ୍ତା ପାନୀୟ ଜଳ ମେସିନ ପ୍ରଦାନ କରିଛନ୍ତି । ତାଙ୍କର ସହଧର୍ମୀଣୀ ସ୍ୱର୍ଗୀୟ ଡା. ଉଷା ଅଗ୍ରୱାଲଙ୍କ ସ୍ମୁତି ଉଦ୍ଦେଶରେ ଏହା ପ୍ରଦାନ କରିଛନ୍ତି ବୋଲି ଡା.ଅଗ୍ରୱାଲ କରିଛନ୍ତି । ଏଥିସହ ମହା ବିଦ୍ୟାଳୟକୁ ରୋଗୀ ଏବଂ କର୍ମଚାରୀଙ୍କ ପାଇଁ ୧୨୮ ବୋତଲ ସାନିଟାଇଜର ପ୍ରଦାନ କରିଛନ୍ତି । ଏଥିରେ ଅନୁଷ୍ଠାନର ସମ୍ପାଦକ ମନୋଜ କୁମାର ତ୍ରୀବେଦୀ, ଅଧ୍ୟକ୍ଷ କ୍ଷିରାବ୍ଧୀ ତନୟା ରାଉତ ରାୟ, ଡା ନାୟୁଡୁ ଜଗନ୍ନାଥ, ଡା.ସୁଶାନ୍ତ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ବଡ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.