oom

ବୈଶାଖ ମେଳାରେ ବିଭିନ୍ନ ଅନୁଷ୍ଠାନ ତରଫରୁ ମିଠା ଓ ପାନୀୟ ଜଳ ବଣ୍ଟନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠରେ ଚାଲିଥିବା ପବିତ୍ର ବୈଶାଖମେଳାର ୨ୟ ଦିନରେ ପ୍ରବଳ ଗ୍ରୀଷ୍ମକୁ ଆଖି ଆଗରେ ରଖି ବିଭିନ୍ନ ସରକାରୀ ବେସରକାରୀ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ ଦ୍ୱାରା ଥଣ୍ଡା ପାନୀୟ ଜଳ ସହ ମିଠା ସର୍ବତ ବଣ୍ଟନ କରାଯାଇଛି । ସେଥିମଧ୍ୟରୁ ବରଗଡ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବିଶ୍ୱ ରେଡ଼କ୍ରସ ଦିବସ ଅବସରରେ ପବିତ୍ର ବୈଶାଖ ମେଳାରେ ମିଠା ପାନୀୟ ଜଳ ବଣ୍ଟନ କରିଛନ୍ତି, ଏଥିରେ ଡିଇଓ ବିଶ୍ୱନାଥ ସାହୁ ଡିପିଇଓ ସୁଦୀପ୍ତ କୁମାର ନାୟକ, ରେଡ଼କ୍ରସ ଅଫିସର ହେମନ୍ତ କୁମାର ସାମଲ, ମନୋଜ ସାହୁ, ସେବାବିନିମୟ ଯୁକ୍ତା ବାରିକଙ୍କ ସହ ଲୋକନାଥ ସାହୁ ଦିଲେଶ୍ଵର ସାହୁ ପ୍ରମୁଖ ହଜାର ହଜାର ଭକ୍ତଙ୍କୁ ମିଠା ପାନୀୟ ଜଳ ବଣ୍ଟନ କରିଥିଲେ । ସେହିପରି ନୃସିଂହନାଥ ଆୟୁର୍ବେଦ କଲେଜ ତରଫରୁସାତ ଦିନିଆଁ ମାଗଣା ମେଗା ଆୟୁଷ ହେଲଥ କେମ୍ପ ଶୁଭାରମ୍ଭ ଆଜି କରାଯାଇଛି, ଏଥିରେ କଲେଜ ସେକ୍ରେଟାରୀ ମନୋଜ ତ୍ରିବେଦୀ, ନୃସିଂହନାଥ ମନ୍ଦିର ଟ୍ରଷ୍ଟି ଦେବାଶିଷ ସିଂହା, ବରିଷ୍ଠ ସାମ୍ବାଦିକ ବଡ ଶତପଥୀ, ସୁରଥ ସାହୁ, ଡାକ୍ତର ନଳିନୀ ଦାଶ, ପ୍ରଫେସର ଅଖିଳେଶ ସାହୁ, ଡାକ୍ତର ନାଇଡୁ ଜଗନ୍ନାଥ, ଡାକ୍ତର ବିଭୁଦତ୍ତ ଶର୍ମାଙ୍କୁ ସହ ଅନେକ ଛାତ୍ରଛାତ୍ରୀ ମିଶି ଏହି କାର୍ଯ୍ୟକ୍ରମକୁ ଗୁରୁବାର ଶୁଭ ଉଦ୍‌ଘାଟନ କରିଥିଲେ । ପ୍ରତିଦିନ ଦହି ସର୍ବତ, ଜଳଜୀରା ମିଶ୍ରିତ ଥଣ୍ଡା ପାଣି, ଅମବ୍ରପାନକ, ପାନୀୟ ବଣ୍ଟନ ସହ ବିଭିନ୍ନ ଔଷଧ ବୃକ୍ଷର ଉପକାରିତା ଓ ରୋଗୀମାନଙ୍କୁ ମାଗଣା ଚିକିତ୍ସା କରାଯିବା ନେଇ ଉପସ୍ଥିତ ଅତିଥି ମାନେ ମାତା ବ୍ୟକ୍ତ କରିଥିଲେ । ସେହିପରି ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଆସି ବୈଶାଖ ମେଳା ପରିଦର୍ଶନ କରି ସମ୍ପୂର୍ଣ ବୈଶାଖ ମେଳା କିପରି ସୁରୁଖୁରୁରେ ଚାଲିବ ସେ ନେଇ ମନ୍ଦିର କମିଟି ସହ ଆମୂଳ ଚୁଳ ଆଲୋଚନା କରିଥିଲେ ।

jittmm
Leave A Reply

Your email address will not be published.