oum

ପାଖାପାଖି ଦେଢ଼ ବର୍ଷ ହେଲା ପାଣି ଟାଙ୍କି ନିର୍ମାଣ ହୋଇ ପାରୁନି

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବସୁଧା ଯୋଜନାରେ ପ୍ରତି ଗ୍ରାମରେ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା ଥିବାବେଳେ ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡିଆଢିପା ଗ୍ରାମ ପଞ୍ଚାୟତର କେନାବୁଦା ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଆଜକୁ ଦେଢ଼ ବର୍ଷ ହେଲା ଗ୍ରାମରେ ବସୁଧା ଯୋଜନାରେ ପ୍ରତି ଘରେ ପାନୀୟ ଜଳ ଯୋଗାଇ ଦେବା ପାଇଁ ପାଣି ଟାଙ୍କିର ନିର୍ମାଣ ଅଧୁରା ହୋଇ ପଡିରହିଛି । ଗ୍ରାମର କେତେକ ଘରେ ପାଇପ ସଂଯୋଗ ହୋଇ ସାରିଛି । ହେଲେ ଲୋକେ ପିଇବା ପାଣି ପାଇଁ ଚାତକ ଭଲି ଚାହିଁ ବସିଛନ୍ତି । ଆଉ କେତୋଟି ଯୋଜନା ଗଲେ ଯେ, ପାଣି ମିଳିବ ତାହା ଜଣା ନାହିଁ । ଦେଢ଼ ବର୍ଷ ହେଲା ଠିକାଦାର ପାଣି ଟାଙ୍କି ପାଇଁ କାମ ଆରମ୍ଭ କରିଦେଇ ଆଉ ତାର ଦେଖା ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସବୁଠାରୁ ଆଶ୍ୱର୍ଯ୍ୟାର ବିଷୟ ଯେ, ଏସବୁ ସ୍ଥାନୀୟ ପ୍ରଶାସନର ଆଢୁଆଳରେ ହେଉଛି, କାହିଁକି ଲୋକଙ୍କ ମୌଳିକ ଅଧିକାରକୁ ହତ୍ୟା କରାଯାଉଛି ତାହା ବିରାଟ ପ୍ରଶ୍ନବାଚୀ । ବରଗଡ଼ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବିହୋଇଛି ।

Leave A Reply

Your email address will not be published.