ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗାଁରେ ଅସୁରକ୍ଷିତ ଅବସ୍ଥାରେ ପାଣିଟାଙ୍କି

ଆଗଲପୁର, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ନିଜ ଗାଁ ନଅଗାଁ (ଖ)ର ପିଇବା ପାଣିଟାଙ୍କି ଅସୁରକ୍ଷିତ ଅବସ୍ଥାରେ ପଡ଼ିରହିଛି । ଗାଁରେ ୨ଟି ଯାକ ପାଣିଟାଙ୍କିର ଢାଙ୍କୁଣୀ ନାହିଁ । ବର୍ଷା ଦିନରେ ଗୋଳିଆ ପାଣି ପଶି ଟାଙ୍କି ପାଣି ଖରାପ ହେବାର ଆଶଙ୍କା ଥିଲେ ମଧ୍ୟ କାହାରି ନଜର ପଡୁନାହିଁ । ବଲାଙ୍ଗିର ଜିଲ୍ଲାର କିଛି ଜାଗାରେ ଝାଡାବାନ୍ତି ଭଳି ରୋଗ ଦେଖିବାକୁ ମିଳିଛି, ତଥାପି ଅବହେଳିତ ଅବସ୍ଥାରେ ଆଗଲପୁର ବ୍ଲକ ନଅଗାଁ (ଖ )ପାଣିଟାଙ୍କି । ବାରମ୍ବାର ଲୋକେ ଏଦିଗରେ ପଂଚାୟତ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ନୀରବ ଦ୍ରଷ୍ଟା ସାଜିଛି ପ୍ରଶାସନ । ଆଗାମୀ ଦିନରେ ଯଦି ଖରାପ ପାଣି ପିଇ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବ ତା ହେଲେ କିଏ ଦାୟୀ ରହିବ ବୋଲି ଲୋକଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ସମ୍ପୃକ୍ତ ଜେଇଙ୍କୁ ଯୋଗାଯୋଗ କରିଥିଲେ ହେଁ କୌଣସି ଉତ୍ତର ମିଳି ନଥିବା ସୂଚନା ମିଳିଛି ।

Leave A Reply

Your email address will not be published.