୨୪ ତାରିଖରେ ରାଜ୍ୟରେ ଘୂର୍ଣ୍ଣିବଳୟ : ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ଆସନ୍ତା ୨୪ ତାରିଖରେ ରାଜ୍ୟରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ବାଲେଶ୍ୱର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଉପରେ ଘୂର୍ଣ୍ଣିବଳୟ ହେବ । ଏହା ପ୍ରଭାବରେ ୨୩ରୁ ଉତ୍ତର ଓଡ଼ିଶାରେ ବର୍ଷା ହେବ । ଦିନବେଳା ଖରା ହେଉଥିବାରୁ ଅପରାହ୍ନରେ ଘଡ଼ଘଡ଼ି ହୋଇପାରେ ବୋଲି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ପୂର୍ବାନୁମାନ କରିଛନ୍ତି । ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ୨୪ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ଓଡ଼ିଶା ଉପକୂଳରେ ୨୨ରୁ ୨୫ ତାରିଖ ଯାଏ ୩୫ରୁ ୪୫ କିମି ବେଗରେ ପବନ ବହିବ । ଏଥିପାଇଁ ମତ୍ସଜୀବୀମାନେ ସମୁଦ୍ରକୁ ନଯିବାକୁ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) ସତର୍କତା ଜାରି କରିଛନ୍ତି ।

Leave A Reply

Your email address will not be published.