ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ଦିନର ସମସ୍ୟାକୁ ନେଇ ସମୀକ୍ଷା ବୈଠଳରେ ଗର୍ଜିଲେ କାଉନସିଲର ଇଂ କୁନାଲ ପାଣିଗ୍ରାହୀ । ପଦ୍ମପୁର ଉପଖଣ୍ଡ ସଦର ମହକୁମା ବିଜ୍ଞାପିତ ଅଂଚଳ ପରିଷଦ ୨ ନମ୍ବର ୱାର୍ଡର ବିଭିନ୍ନ ସମସ୍ୟାକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ତୁମୁଳକାଣ୍ଡ । କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଅସନ୍ତୋଷ ଝାଡ଼ିଛନ୍ତି କୁନାଲ ପାଣିଗ୍ରାହୀ । ୨ ନମ୍ବର ୱାର୍ଡରେ ଭୁଲ ରାସ୍ତା ନିର୍ମାଣ ଯୋଗୁଁ ଲୋକଙ୍କ ଘରେ ପାଣି ପଶୁଛି, ଡ୍ରେନେଜ୍ ସମସ୍ୟା ୱାର୍ଡବାସୀଙ୍କ ଅଣ୍ଟା ଭାଙ୍ଗି ଦେଇଛି ବାରମ୍ବାର ଅଭିଯୋଗ କଲେ ବି ଫଳ ଶୂନ । ବର୍ଷା ସମୟରେ ପାଣି ଜମି ରହିଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଥିବା ସେ ଅଭିଯୋଗ କରିଛନ୍ତି । ନିଜେ କାଉନସିଲର ଏହି ସମୀକ୍ଷା ବୈଠକ ଡାକିଥିଲେ । ବର୍ଷାଜଳ ନିଷ୍କାସନ ଓ ଡ୍ରେନେଜ୍ ସମସ୍ୟା, ବର୍ଷା ଦିନ ପୂର୍ବରୁ କେନାଲ ସଫା ନ ହେବା ନେଇ ସମସ୍ତ ଅଧିକାରୀଙ୍କ ଊପରେ ପ୍ରବଳ ବର୍ଷିଥିଲେ ୨ ନମ୍ବର ୱାର୍ଡର କାଉନସିଲର । ଯଥାଶୀଘ୍ର ଏସବୁ ସମାଧାନ ନେଇ ତ୍ୱରୀତ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ । ବିଶେଷକରି ମାଷ୍ଟର କଲୋନୀ, ଶାନ୍ତିନଗର, ନେହେରୁ ଗଳିର ସମସ୍ୟା ନେଇ ସେ ବୈଠକରେ ଉଦବେଗ ପ୍ରକାଶ କରିଥିଲେ । ଏହାସହ ୱାର୍ଡର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ, ସଫେଇ କାମ, ପ୍ରଧାନମନ୍ତ୍ରୀ ଆବାସ, ଭତ୍ତା, ୱାର୍ଡର ସୌନ୍ଦର୍ଯ୍ୟକରଣ, ଟିକସ ସଂଗ୍ରହ ଆଦିର ସମୀକ୍ଷା ହୋଇଥିଲା । ସମୀକ୍ଷା ବୈଠକରେ ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ, ଟିକସ,କଲେକ୍ଟର, ସାନିଟେସନ ଅଫିସର, କନିଷ୍ଠ ଯନ୍ତ୍ରୀ, ପ୍ରୋଗ୍ରାମ ଆସିଷ୍ଟାଣ୍ଟ, ଜଳସାଥୀ, ସ୍ୱଚ୍ଛ ସାଥୀଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ତୁରନ୍ତ ଏସବୁ ସମସ୍ୟା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଅଧିକାରୀ ମାନେ କହିଛନ୍ତି ।

Next Post