ସୌର ଚାଳିତ ଜଳ ଯୋଗାଣ ପ୍ରହସନ : ଡ଼ଡଙ୍ଗରେ ଉତ୍କଟ ହେଇଛି ପାଣି ସମସ୍ୟା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମାର୍ଚ୍ଚ ପହିଲା ଠାରୁ ହିଁ ସମଗ୍ର କନ୍ଧମାଳ ଜିଲ୍ଲାରେ ପ୍ରବଳ ଖରା ଓ ଗରମ ସାଙ୍ଗକୁ ପାଣି ସମସ୍ୟା ଉତ୍କଟ ରୂପ ନେଲାଣ । ଆଗକୁ ଆହୁରି ଅଧିକ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ଥିବା ବେଳେ ଏବେ ଠାରୁ ହିଁ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ୧୧ପଞ୍ଚାୟତରେ ଉତ୍କଟ ହେଲାଣି ପାଣି ସମସ୍ୟା । ଏଠାରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ସ୍ଥାଣୁ ପାଲଟି ଯାଇଛି କହିଲେ ଅତ୍ୟିୁକ୍ତି ହେବ ନାହିଁ । ନା ଯନ୍ତ୍ରୀ ନା ସହକାରୀ ଯନ୍ତ୍ରୀ କାହାର ବି ଦେଖା ମିଳୁନି । ଲୋକେ ବ୍ଲକ କାର୍ୟ୍ୟାଳୟ ଠାରୁ ଆରମ୍ଭ କରି ସବୁ ସ୍ଥାନକୁ ଯାଇ ପାଣି ସମସ୍ୟା ନେଇ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରୁଛନ୍ତି । ଲୋକେ ଶୁଦ୍ଧ ପାନୀୟ ଜଳ ନ ପାଇ ଶେଷରେ ଚୁଆଁ, ପୋଖରୀ ନାଳ ଉପରେ ନିର୍ଭର କରି ବିଶୁଦ୍ଧ ପାଣି ନ ପାଇ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏଭଳି ବହୁ ଗାଁ ରହିଥିବା ବେଳେ । ତୁମୁଡିବନ୍ଧ ପଞ୍ଚାୟତର ଅଧିନରେ ରହିଥିବା ଡଡଙ୍ଗ ଗାଁ ଲୋକ ଏଭଳି ପାଣି ନ ପାଇ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗାଁରେ ଏକ ସୌର ଚାଳିତ ଜଳ ଯୋଗାଣ ଯୋଜନାରେ ଏକ ପ୍ରକଳ୍ପ ହେଇଥିବା ବେଳେ ବର୍ଷ ବର୍ଷ ଧରି ଅଚଳ ପଡ଼ିଛି କେହି ଜାଣି ମଧ୍ୟ ତାହାକୁ ସଜାଡିବାକୁ ଆସୁନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଗାଁରେ ୩୦ ଆଦିବାସୀ ପରିବାର ରହୁଥିବା ବେଳେ ଗାଁରେ ଦୁଇଟି ନଳକୂପ ଖୋଲାଯାଇଛି କିନ୍ତୁ ଗୋଟିଏ ହିଁ ବ୍ୟବହାର ଯୋଗ୍ୟ ଥିବା ବେଳେ ଅନ୍ୟଟି ଦୀର୍ଘ ଦିନ ହେଲା ଅକାମୀ ହୋଇ ପଡିଥିବା ବେଳେ ତାହାକୁ ସଜଡ଼ା ଯାଉ ନାହିଁ ପଞ୍ଚାୟତ ଠାରୁ ବ୍ଲକ ସମସ୍ତଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା କହିଛନ୍ତି ଗ୍ରାମବାସୀ । ତେବେ କେବେ ଲୋକେ ସରକାରଙ୍କ ପାନୀୟ ପ୍ରକଳ୍ପର ସୁବିଧା ପାଇପାରୁଛନ୍ତି ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.