oum

ପାଣି ପାଇଁ ହାହାକାର ଗ୍ରାମବାସୀ : ଜଳ ଯୋଗାଣ ନ ହେଲେ ଆନ୍ଦୋଳନ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ଜଳ ଯୋଗାଣ ପାଇଁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କାର ବ୍ୟୟ କରୁଛନ୍ତି ହେଲେ ପ୍ରଶାସନ ଅବହେଳା ଯୋଗୁଁ ଲୋକେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଏବେ ଆନ୍ଦୋଳନ ପାଇଁ ସଜବାଜ ମଧ୍ୟ ହେଉଥିବା ଦେଖିବାକୁ ମିଳିଛି । ତେବେ ମୁଣ୍ଡ ଉପରେ ଖରା ମାଡ଼ ସାଙ୍ଗକୁ ଏ ପଟେ ଦାଉ ସାଜୁଛି ଜଳ କଷ୍ଟ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ସଇଁନ୍ତଲା ବ୍ଲକ ଧରପଗଡ ଗ୍ରାମ ପଞ୍ଚାୟତ ଜମାଖୁଣ୍ଟା ଗ୍ରାମରେ ୧ହଜାରରୁ ଅଧିକ ଲୋକ ବସବାସ କରନ୍ତି । କିନ୍ତୁ ସରକାରଙ୍କ ବସୁଧା ଯୋଜନାରେ ଲକ୍ଷ ଧିକ ଟଙ୍କା ବ୍ୟାୟ ଅଟକଳରେ ଗାଁକୁ ପାଣି ଯୋଗାଇ ଦେବା ପାଇଁ ପେଣ୍ଡ୍ରାମାଲ ଗାଁ ଶେଷ ମୁଣ୍ଡରେ ପ୍ରକୋଷ୍ଠ ତିଆରି କରାଯାଇଛି ଓ ଜାମଖୁଣ୍ଟା ଗାଁରେ ଥରେ ନୁହେଁ ଦୁଇ ଦୁଇ ଥର ପାଣି ପାଇପ ବିଛା ଗଲାଣି । ଠିକାଦାର ବାବୁ ଓ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଟଙ୍କାର ଖର୍ଚ୍ଚ କରି ଷ୍ଟାଣ୍ଡ ପୋଷ୍ଟ ବି ତିଆରି କରାଯାଉଛି ଓ ପ୍ରତ୍ୟେକ ଲୋକଙ୍କ ଘରର ସମ୍ନାରେ ପାଇପ ବିଛାଇ ଦିଆଯାଇଥିବା ବେଳେ ଏବେ ସେହି ଷ୍ଟାଣ୍ଡ ପୋଷ୍ଟ ଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଗାଁରେ ଚାରିଟି ନଳକୂପ ରହିଥିବା ବେଳେ କିନ୍ତୁ ଦୂଷିତ ପାଣି ବାହାରୁ ଥିବା ବେଳେ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ସେଥିପାଇଁ ଗାଁର ମହିଳା ମାନେ ଗାଁର ଶେଷ ମୁଣ୍ଡରେ ଥିବା ପୋଖରୀ ପାଖରେ ଏକ କୂଅରୁ ପାଣି ବ୍ୟବହାର କରୁଛନ୍ତି । ଯାହାକୁ ନେଇ ଅନେକ ଲୋକେ ଜ୍ଵରରେ ମଧ୍ୟ ପୀଡ଼ିତ ଅଛନ୍ତି । ତେବେ ବ୍ଳକ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.