ପୂର୍ତ୍ତ ବିଭାଗର ଚରମ ଅବହେଳା : ବ୍ରିଜ୍ ଉପରେ ଆଣ୍ଠୁଏ ପାଣି

ମ. ରାମପୁର (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ପୂର୍ତ୍ତ ବିଭାଗ ଅଧିନରେ ଥିବା ମୁଖ୍ୟ ରାସ୍ତା ଶେରଗଡ଼ ନିକଟ ସାନ୍ଦୁଲ ନଦୀ ବ୍ରିଜ ଉପରେ ଆଣ୍ଠୁଏ ଉପରେ ବନ୍ୟାଜଳ ପ୍ରବାହିତ ହୋଇଛି । ଏଣୁ ଯାତାୟାତରେ ବିଭିନ୍ନ ସମସ୍ୟା ଦେଖାଦେଇଛି । ତେବେ ଭବାନୀପାଟଣାରୁ ମ. ରାମପୁରକୁ ସଂଯୋଗ କରୁଥିବା ଉକ୍ତ ପୂର୍ତ୍ତ ବିଭାଗ ରାସ୍ତାଟିର ମରାମତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଉକ୍ତ ବ୍ରିଜଟି ଦୀର୍ଘ ଦିନରୁ ନିର୍ମାଣ ଥିବା ହେତୁ ଏବେ ତାହା ବିପଦ ସଙ୍କୁଳ ଅବସ୍ଥାରେ ରହିଛି କିନ୍ତୁ ତାହା ମରାମତି କିମ୍ବା ନୃତନ ଭାବେ ନିର୍ମାଣ କରାଯାଇ ନାହିଁ । ଏଣେ ବର୍ଷାଜଳ ନିଷ୍କାସନ ପାଇଁ ହୋଲ୍ ବ୍ୟବସ୍ଥା ଥିଲେ ହେଁ ପୂର୍ତ୍ତ ବିଭାଗ ତାକୁ ମରାମତି ମଧ୍ୟ କରିନାହିଁ । ଯା ଫଳରେ ବନ୍ୟାଜଳ ଜମିରହିବା ହେତୁ ଗମନା ଗମନରେ ବାଧା ପ୍ରାପ୍ତ ହୋଇଛି । ତେବେ ଜନ ସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଏହାକୁ ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ନେଇ ସର୍ବସାଧାରଣରେ ଦାବୀ ହୋଇଛି ।

jittmm
Leave A Reply

Your email address will not be published.