oom

ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନ

jsmm

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଲାଠୋର ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଡିଗ୍ରୀ ପଂଚାୟତ ମହାବିଦ୍ୟାଳୟ ଠାରେ କଲେଜ ଅଧ୍ୟକ୍ଷ ପ୍ରସନ୍ନ ଦାଶଙ୍କ ସଭାପତିତ୍ୱ ମୁଖ୍ୟଅତିଥି ଭାବେ କଲେଜର ପୂର୍ବତନ ସମ୍ପାଦକ ଘାସିରାମ ଅଗ୍ରୱାଲ, ସମ୍ମାନୀତ ଅତିଥିଭାବେ ପୂର୍ବତନ ଉପସଭାପତି ଜଗନ୍ନାଥ ପ୍ରସାଦ ଅଗ୍ରୱାଲ, ଲାଠୋର ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ସୌମ୍ୟ ରଞ୍ଜନ ମିଶ୍ର, ସିଆରସିସି କୁଞ୍ଜବିହାରୀ ସରାଫ, ଲାଠୋର ସରପଞ୍ଚ ପ୍ରବୀଣ ଅଗ୍ରୱାଲ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରୋଜେକ୍ଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ମୋ କଲେଜ ଅଭିଯାନ ଶୁଭାରମ୍ଭ ହୋଇଯାଇଛି । କଲେଜର ଗର୍ବ ଓ ସମ୍ମାନକୁ ଆଗକୁ ବଢ଼ାଇବା ପାଇଁ କଲେଜର ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କୁ ଅନୁଦାନ ଦେବାର ଲାଗି ଉତ୍ସାହିତ କରିଥିଲେ । କଲେଜର ପୂର୍ବତନ ସମ୍ପାଦକ ଘାସିରାମ ଅଗ୍ରୱାଲ କଲେଜ ପରିସରରେ ଥିବା ବଗିଚାର ସୌନ୍ଦଜକରଣ ନିମନ୍ତେ ୫୧୦୦୦ (ଏକା ବନ ହଜାର ଟଙ୍କା) ମୋ କଲେଜ ପାଣ୍ଠିକୁ ଅନୁଦାନ ଦେବାପାଇଁ ଘୋଷଣା କରିଥିବା ବେଳେ ସିଆରସିସି କୁଞ୍ଜ ବିହାରୀ ସରାଫ ୨୧୨୧ ଟଙ୍କା ମୋ କଲେଜ ପାଣ୍ଠିକୁ ଦାନ କରିଥିଲେ । ଶେଷରେ ମୋ କଲେଜ ଅଭିଯାନର ଓଡ଼ିଆ ଆଧ୍ୟାପକ ଭଗବାନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.