ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନେତୃତ୍ୱରେ ଟାକ୍ସଫୋର୍ସ କମିଟିର ଖପ୍ରାଖୋଲ ବ୍ଲକ ଅଞ୍ଚଳ ଗସ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାର ଦାଦନ ପ୍ରବଣ ଖପ୍ରାଖୋଲ ବ୍ଲକକୁ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ନେତୃତ୍ୱରେ ଟାକ୍ସଫୋର୍ସ କମିଟି ବୁଧବାର ଗସ୍ତ କରିଥିଲେ । ଏହି ଅବସରରେ ଭାନପୁର ପଞ୍ଚାୟତ ତୁର୍ଲା ଗାଁକୁ ଗସ୍ତ କରିଥିଲେ । ଘର ଘର ବୁଲି ସର କାରୀ ଯୋଜନାର କାର୍ଯ୍ୟକାରିତା ଉପରେ ପଚାରି ବୁଝିବା ସହିତ ଅପହଞ୍ଚ ସରକାରୀ ଯୋଜନା ଠିକ୍ ଭାବରେ ଯୋଗ୍ୟ ହିତାଧିକାରୀ କିପରି ପାଇବେ ସେନେଇ କହିଥିଲେ । କେତେକ ପରିବାର ଘର ପାଇ ନ ଥିବା ବେଳେ ରାସନ କାର୍ଡ ପାଇନଥିବା ଅଭିଯୋଗ କରିଥିଲେ । ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ୍ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପରେ ଖେଳପଡିଆ ଠାରେ ସ୍ଵୟଂ ସହାୟକ ଗୋଷ୍ଠୀ, ଏପିସି ମାଧ୍ୟମରେ ମହିଳାଙ୍କ ରୋଜଗାର ବୃଦ୍ଧି, ଦାଦନ ଶ୍ରମିକଙ୍କୁ ରୋଜଗାର ପ୍ରଦାନ ଉପରେ ଆଲୋକପାତ କରିଥିଲେ । ପରେ ହରିଶଙ୍କର ମନ୍ଦିର ବୁଲି ଦେଖିଥିଲେ । ଶେଷରେ ରେଙ୍ଗାଲି ଗାଁରେ ପହଞ୍ଚି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ହିତାଧିକାରୀଙ୍କ ସହିତ ବାର୍ତ୍ତାଳାପ କରି ଯୋଜନାର ସଫଳତା ଉପରେ ଆଲୋଚନା କରିଥିଲେ । ଗସ୍ତ ଅବସରରେ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂଦେଓ, ଟାସ୍କ ଫୋର୍ସ କମିଟି ସଦସ୍ୟ ପଞ୍ଚାୟତିରାଜ କମିଶନର ତଥା ସେକ୍ରେଟାରୀ ଏସ୍‌ ଏନ୍‌ ଗିରିଶ, ଓରମାସ ନିର୍ଦ୍ଦେଶିକା ଡ. ମୋନିକା ପ୍ରିୟଦର୍ଶିନୀ ଉପସ୍ଥିତ ଥିବାବେଳେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ବଲାଙ୍ଗିର ଜିଲ୍ଲାପରିଷଦ ସିଡ଼ିଓ ତରଣୀ ସୁନା, ପାଟଣାଗଡ଼ ଉପ ଜିଲ୍ଲାପାଳ ସୁନୀଲ କୁମାର ମେହେର, ଉପଖଣ୍ଡ ପୋଲିସ ଅଧିକାରୀ ସଦାନନ୍ଦ ପୁଝାରୀ, ଖପ୍ରାଖୋଲ ବିଡ଼ିଓ ବିବେକାନନ୍ଦ ଷଡଙ୍ଗୀ, ତହସିଲଦାର ସତ୍ୟ ସୁନ୍ଦର ରାଉତରାୟ, ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ଉପ ମୁଖ୍ୟମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ପଦ୍ମନ କୁମାର ସିଂ ବରିହା, ସାଂସଦଙ୍କ ବ୍ଲକ ପ୍ରତିନିଧି ସନ୍ତୋଷ କୁମାର ଭଇଁସାଲ, ଭାନପୁର ସରପଞ୍ଚ ରିନା ଜାଲ, ରେଙ୍ଗାଲି ସରପଞ୍ଚ ଉମାକାନ୍ତ ମେହେରଙ୍କ ସମେତ ଜିଲ୍ଲାସ୍ତରୀୟ, ବ୍ଲକ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.