oom

ଦେଓଗାଁ ହାଇସ୍କୁଲରେ ପାଣି ପଞ୍ଚାୟତ ପକ୍ଷ ପାଳନ

jsmm
  • ପ୍ରତିଯୋଗୀତାରେ ଭାଗ ନେଲେ ୩ ବ୍ଲକର ୭୮ ଛାତ୍ରୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲରେ ଗୁରୁବାର ୧୧ଟା ସମୟରେ ବଲାଙ୍ଗିର ଉଠା ଜଳସେଚନ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଜିଳ୍ଲାର ୩ଟି ବ୍ଲକ ଯଥା ଦେଓଗାଁ, ଗୁଡ଼ଭେଲା ଓ ସଇଁନ୍ତଳା ବ୍ଲକର ମୋଟ ୭୮ ଜଣ ଛାତ୍ରଛାତ୍ରୀ କୁଇଜ, ତର୍କ, ଚିତାଙ୍କନ ପ୍ରବନ୍ଧ ଲିଖନ, ରଚନା ଓ ବକୃତା ପ୍ରତିଯୋଗିତା ଅଂଶ ଗ୍ରହଣ କରିଥିଲେ । ପ୍ରବନ୍ଧ – ପ୍ରତିଯୋଗିତାରେ ନନ୍ଦିନୀ ଦର୍ଜି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଆଦେଶ ପଧାନ ୨ୟ ଓ ପ୍ରିୟଙ୍କା ପାତ୍ର ୩ୟ ସ୍ଥାନ ଅଧିକାର କରିଥିଲେ । ସେହିପରି ତର୍କ – ପ୍ରତିଯୋଗିତାରେ ପୂଣ୍ଣ୍ୟଶ୍ଲୋକ ସେବାନନ୍ଦ ସାହୁ ପ୍ରଥମ, ସସ୍ମିତା ବାଗ ଦ୍ୱିତୀୟ ଓ ଧରିତ୍ରୀ ରଣା ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଚିତ୍ରାଙ୍କନ – ପ୍ରତିଯୋଗିତାରେ ରାମେଶ୍ୱର ବାଗ ପ୍ରଥମ, ଆୟୁସ ମେହେର ଦ୍ୱିତୀୟ, ଦିବ୍ୟାଂଶୀ ସିଂଦେଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରତିରୂପ ପ୍ରଦର୍ଶନୀ- ପ୍ରତିଯୋଗୀତାରେ ସାଗର ରଣା ପ୍ରଥମ, ସୋନାଲିକା ରଣା ଦ୍ୱିତୀୟ, ପ୍ରତୀ ବୁଡ଼େକ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି କ୍ୱିଜ – ପ୍ରତିଯୋଗିତାରେ ରଞ୍ଜିତ ବଗର୍ତ୍ତି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଶ୍ରୀତମ ନାଏକ ଦ୍ୱିତୀୟ ଓ ମନିଶ ପୋଢ଼ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଆସନ୍ତା ୨୨ ତାରିଖ ଦିନ ବଲାଙ୍ଗିର ଶାନ୍ତିପଡ଼ା କଲ୍ୟାଣ ମଣ୍ଡପରେ ହେବାକୁ ଥିବା ଡିଭିଜନସ୍ତରୀୟ ପକ୍ଷପାଳନ ଅବସରରେ ଏହି ପ୍ରତିଯୋଗିତାମାନଙ୍କୁ ପୁରସ୍କୃତ କରାଯିବ । ବଲାଙ୍ଗିର ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ସଚିତାନନ୍ଦ ଦଲାଇ ଓ ସହଯୋଗୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଦେଓଗାଁ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମମତା ମହାଡ଼ିକ, ଏବିଇଓ ଅଜିତ ମିଶ୍ର, ଦେଓଗାଁ ହାଇସ୍କୁଲରର ପ୍ରଧାନ ଶିକ୍ଷକ ଅମ୍ବରୀଶ ଭୋଇ, ବନ୍ଦପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଭୂତୀ ଭୂଷଣ ବେହେରା, ତୁଷୁରା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭକ୍ତଚରଣ ଦାଶ, ସହକାରୀ ଶିକ୍ଷକ ରାଜକିଶୋର ମିଶ୍ର, ସୁବ୍ରତ ବାବୁ, ରାଜ କିଶୋର ଦାଶ, ପବିତ୍ର ବୁଡ଼େକ, ବିରେନ୍ଦ୍ର ସା, ପ୍ରତାପ ମିଶ୍ର, ବଳଦେବ ମାଝୀ, ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.