କୁଟୁମଡୋଲା ଓ ଝାଙ୍କରପାଲି ପଂଚାୟତଗସ୍ତରେ ନରସିଂହ ଓ ସମରେନ୍ଦ୍ର

  • ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ହେଲା ଶୁଭ ଉଦ୍‌ଘାଟନ
  • ରାଜନୀତିରେ ମା’ ମାଟି ପ୍ରତି ମୋହ ଥିବା ଲୋକଙ୍କୁ ବାଛିବାକୁ ଆହ୍ୱାନ ଦେଲେ ନରସିଂହ
  • ସରକାରଙ୍କ ସହ ଲଢେଇ କରି ବିକାଶ ପ୍ରକଳ୍ପ ଆଣିବା ହେଉଛି ଶ୍ରେଷ୍ଠ ରାଜନୈତିଜ୍ଞର କାମ – ସମରେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୦ ବର୍ଷ ଭିତରେ ଅନେକ ପ୍ରତିକୂଳ ପରିସ୍ଥିତିର ସାମନା କରି ଲୋକଙ୍କ ପାଇଁ ବିକାଶମୂଳକ ପ୍ରକଳ୍ପ ଅଣାଯାଇଛି । ତାହା ଶିକ୍ଷା ହେଉ କି ଗମନାଗମନ, ସ୍ୱାସ୍ଥ୍ୟ ହେଉ କି ଜଳସେଚନ ସବୁ ପ୍ରକଳ୍ପ ଗୁରୁତ୍ୱ ଦେଇ ଆପଣ ବାଛିଥିବା ବିଧାୟକ ଆପଣଙ୍କ ଅଂଚଳ ପାଇଁ ବିକାଶ ପହଞ୍ଚାଇଛନ୍ତି । ମୋର ମତରେ ଏହା ହିଁ ଏକ ଶ୍ରେଷ୍ଠ ଜନପ୍ରତିନିଧି କର୍ତ୍ତବ୍ୟ ବୋଲି ଆଜି ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ବଲାଙ୍ଗିର ବ୍ଲକ ସ୍ଥିତ କୁଟୁମଡୋଲା ଓ ଝାଙ୍କରପାଲି ପଂଚାୟତର ଗସ୍ତ କାଳରେ ଅନୁଷ୍ଠିତ ସାଧାରଣ ସଭାରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର ଲୋକଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ରାଜନୀତି ହେଉଛି ଲୋକଙ୍କ ସେବା କରିବାର କାମ । ଯେଉଁ ଲୋକେ ପ୍ରାୟତଃ ଅଂଚଳରେ ରହନ୍ତି ନାହିଁ ସେମାନେ ଏଠିକାର ଲୋକଙ୍କ ଦୁଃଖ ବୁଝିବେ କଣ । ତେଣୁ ଆଗାମୀ ଦିନରେ ଜନପ୍ରତିନିଧି ବାଛିବା ବେଳେ ଏହି ଜିନିଷକୁ ଲୋକେ ଭଲ ଭାବରେ ଚିନ୍ତା କରନ୍ତୁ ବୋଲି କହିଥିଲେ । ଏ ଅବସରରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଝାଙ୍କରପାଲି ଓ କୁଟୁମଡୋଲା ପଂଚାୟତ ଅନ୍ତର୍ଗତ ଅନେକ ଗୁଡିଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭ ଉଦ୍‌ଘାଟନ କରାଯାଇଥିଲା । କୁଟୁମଡୋଲା ଓ ଝାଙ୍କରପାଲିରେ ଅନୁଷ୍ଠିତ ସାଧାରଣ ସଭାରେ ଶ୍ରୀ ମିଶ୍ର ପୁଣି ଥରେ ରାଜ୍ୟ ସରକାରଙ୍କ ଆଞ୍ଚଳିକ ବୈଷମ୍ୟ କଥା ଉଠାଇଥିଲେ । ସେ ଟେକ୍ସଟାଇଲ କାରଖାନା ପ୍ରତିଷ୍ଠା ବାବଦରେ କହିବାକୁ ଯାଇ କହିଥିଲେ ଯେ ବଲାଙ୍ଗିର ଜିଲ୍ଲା କପା ଉତ୍ପାଦନ ପାଇଁ ପ୍ରସିଦ୍ଧ । ଏଠାରେ ଉକୃଷ୍ଟ ଧରଣର କପା ଅମଳ ହୁଏ କିନ୍ତୁ ଦୁଃଖର ବିଷୟ ରାଜ୍ୟ ସରକାର କେନ୍ଦ୍ରାପଡାରେ ଟେକ୍ସଟାଇଲ କାରଖାନା ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ଆମ ଅଂଚଳ ପ୍ରତି ଆଞ୍ଚଳିକ ବୈଷମ୍ୟବାଦ ନୁହେଁ ତ ଆଉ କଣ ବୋଲି ସେ ପ୍ରଶ୍ନ କରିଥିଲେ । ଏହା ସହ ସେ ସିଧାସଳଖ ଯଦି ସରକାରଙ୍କ ଏପରି ଆଂଚଳିକ ବୈଷ୍ଣମ୍ୟ ମନୋବୃତ୍ତି ଜାରିରହେ ତେବେ ନିଶ୍ଚିତ ଭାବରେ ରାଜ୍ୟ ଦୁଇ ଭାଗ ହୋଇ କୋଶଲ ରାଜ୍ୟ ଗଠନ ହେବ ବୋଲି କହିଥିଲେ । ଏହା ସହ ସେ ରାଜ୍ୟ ସରକାରଙ୍କ ନାରୀ ନିର୍ଯ୍ୟାତନାକାରୀଙ୍କ ବିରୁଦ୍ଧରେ କୋହଳ ମନୋଭାବକୁ ନେଇ କଟୁ ସମାଲୋଚନା କରିଥିଲେ । ତାଙ୍କ ସରକାରଙ୍କ ମନ୍ତ୍ରୀ ତଥା ତାଙ୍କ ଦଳର ନେତାମାନେ ପ୍ରତ୍ୟକ୍ଷ ଭାବରେ ନାରୀ ନିର୍ଯ୍ୟାତନା, ଏପରି କି ନିଜ ପରିବାର ଭିତରେ ମଧ୍ୟ ନାରୀଙ୍କୁ ନିର୍ଯ୍ୟାତନା ଦେଉଛନ୍ତି ବୋଲି କହିବା ସହ ଏହା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଅତି ଦୁଃଖର ବିଷୟ ବୋଲି କହିବା ସହ ଯଦି ଆଗାମୀ ନିର୍ବାଚନରେ କଂଗ୍ରେସ ସରକାର କରେ ତେବେ ନିଶ୍ଚିତ ଭାବରେ ଚାଷୀମାନେ ଭୋଗୁଥିବା ଧାନର ଅଭାବି ବିକ୍ରି ସମସ୍ୟା ଆଉ ରହିବ ନାହିଁ ବୋଲି କହିଥିଲେ । କଂଗ୍ରେସ ଦଳ ସରକାରକୁ ଆସିଲେ ବାର୍ଦ୍ଧକ୍ୟ ଭତ୍ତାରେ ବୃଦ୍ଧି ସହ ବେକାର ଯୁବକମାନଙ୍କୁ ନିଯୁକ୍ତି ନ ଦେଇ ପାରିଲେ ବେକାରୀ ଭତ୍ତା ପ୍ରଦାନ, ଚାଷୀଙ୍କଠାରୁ ସମସ୍ତ ଧାନ କିଣାଯିବାର ଗ୍ୟରେେଣ୍ଟି ପ୍ରଦାନ କରାଯିବ ବୋଲି ଶ୍ରୀ ମିଶ୍ର କହିଥିଲେ । ଏହି ଗସ୍ତ ସମୟରେ ହୋଇଥିବା କାର୍ଯ୍ୟକ୍ରମମାନଙ୍କରେ ଅନ୍ୟମାନଙ୍କ ମଧ୍ୟରେ ଝାଙ୍କରପାଲି ଗଉଁନ୍ତିଆ ଦୁର୍ଗା ଶଙ୍କର ଭୋଇ, ଲିଙ୍ଗ ବିଶ୍ୱାଲ, ମୟ ସାହୁ, ଗୌତମ ଭୋଇ ମଂଚାସିନ ଥିବା ବେଳେ କୁଟୁମଡୋଲା ସାଧାରଣ ସଭାରେ ବିଡିସିସି ସଭାପତି ସ୍ମାରକ ରଂଜନ ମିଶ୍ର, ଶିକ୍ଷାବିଦ୍ ବିଦୁ ଭୂଷଣ ସିଂଦେଓ, ଗୋପାଳ ବ୍ରହ୍ମା, ଝାଙ୍କରପାଲି ସରପଂଚ ବୃନ୍ଦାବତି ବେହେରା, କୁଟୁମଡୋଲା ସରପଂଚ ସସ୍ମିତା ସିଂଦେଓ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଶ୍ରୀଧର ବାରିକ, କଂଗ୍ରେସ ବ୍ଲକ ସଭାପତି ରାମ ପ୍ରସାଦ ମିଶ୍ର, ରାଧାକାନ୍ତ ଭୋଇ, କୈଳାସ ସିଂଦେଓ, ଘାସିରାମ ପଟେଲ, ଭାରତ ବେହେରାଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.