ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ : ଆସନ୍ତୁ ଜାଣିନେବା, ବଲାଙ୍ଗିର ଜିଲ୍ଲାରେ କେବେ କେଉଁଠି ଭୋଟ୍‌ ହେବ ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ । ରାଜ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ୫ଟି ପର୍ଯ୍ୟାୟରେ ବଲାଙ୍ଗିର ଜିଲ୍ଲାରେ ନିର୍ବାଚନ ହେବ । ଜିଲ୍ଲା ପ୍ରଶସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ପାଟଣାଗଡ଼, ବେଲପଡ଼ା ଓ ଖପ୍ରାଖୋଲ୍‌ ବ୍ଲକ୍‌ରେ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୬ ତାରିଖ ବୁଧବାର ଦିନ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୧୮ ତାରିଖ ଦିନ ଆଗଲପୁର, ଲୋଇସିଂହା ଓ ପୁଇଁନ୍ତଲା ବ୍ଲକ୍‌ରେ ମତଦାନ ହେବାକୁ ଯାଉଥିବା ବେଳେ ତୃତୀୟ ପର୍ଯ୍ୟାୟରେ ୨୦ ତାରିଖ ଦିନ ବଙ୍ଗୋମୁଣ୍ଡା, ତୁରେକେଲା ଓ ମୁରିବାହାଲ ବ୍ଲକ୍‌ରେ ଭୋଟ୍‌ ଅନୁଷ୍ଠିତ ହେବ । ସେହିପରି ଚତୁର୍ଥ ପର୍ଯ୍ୟାୟରେ ୨୨ ତାରିଖ ଦିନ ବଲାଙ୍ଗିର, ଗୁଡ଼ଭେଲା ଓ ଦେଓଗାଁ ବ୍ଲକ୍‌ରେ ଏବଂ ଚତୁର୍ଥ ପର୍ୟ୍ୟାୟ ୨୪ ତାରିଖ ଦିନ ସଇଁନ୍ତଲା ଓ ଟିଟିଲାଗଡ଼ ବ୍ଲକ୍‌ରେ ଭୋଟ ଗ୍ରହଣ କରାଯିବ । ସମସ୍ତ ଭୋଟ ଦାନ କେନ୍ଦ୍ରରେ ଦିବା ୭ଟାରୁ ଦିବା ୧ଟା ପର୍ୟ୍ୟନ୍ତ ଭୋଟଦାତାମାନେ ଭୋଟ ଦେଇପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.