
ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଗ୍ରାମାଞ୍ଚଳର ବିକାଶ ପାଇଁ ଉଚିତ ପ୍ରାର୍ଥୀଙ୍କୁ ଚୟନ କରିବାର ମହାର୍ଘ୍ୟ ମୁହୂର୍ତ୍ତ

ବଲାଙ୍ଗିର, (କେପିଏନ୍ଏସ୍) : ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଗ୍ରାମାଞ୍ଚଳର ବିକାଶ ପାଇଁ ଉଚିତ ପ୍ରାର୍ଥୀଙ୍କୁ ଚୟନ କରିବାର ମହାର୍ଘ୍ୟ ମୁହୂର୍ତ୍ତ । ସମସ୍ତ ପଞ୍ଚାୟତ ବାସୀ ନିଜ ମତଦାନ କରିବାର ଅଧିକାର ସାବ୍ୟସ୍ତ କରନ୍ତୁ ଓ କୌଣସି ବି ଲୋଭରେ ନପଡ଼ି ନିଜ ଅଞ୍ଚଳର ସାମୂହିକ ବିକାଶକୁ ଦୃଷ୍ଟିରେ ରଖି ଉଚିତ ପ୍ରାର୍ଥୀ ଚୟନ କରିବା ପାଇଁ ସଂକଳ୍ପ ନିଅନ୍ତୁ । ନିର୍ବାଚନ ସମୟରେ ଅନୁଚିତ ପ୍ରାର୍ଥୀ ବାଛିବା ଫଳରେ ଗ୍ରାମାଞ୍ଚଳର ବିକାଶ ବାଧାପ୍ରାପ୍ତ ହୋଇଥାଏ । ନିଃସ୍ୱାର୍ଥପର ଭାବରେ ନିଜ ମତଦାନ ସାବ୍ୟସ୍ତ କରନ୍ତୁ ଓ ବିକାଶ ପଥରେ ସହାୟକ କରନ୍ତୁ ।