ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଛି ଆଳିଆଗଦା : ସାଧାରଣରେ ଅଭିଯୋଗ

ନୂଆପଡା, (ନିରାକାର ମେହେର) : ସରକାର ସ୍ୱଚ୍ଛ ଭାରତ ଦ୍ଵାରା ଭାରତକୁ ଏକ ସରସ ସୁନ୍ଦର ଭାବେ ଗଢିବାକୁ ପ୍ରୟାସ କରୁଥିବା ବେଳେ କିଛି ଅସାଧୁ ପ୍ରକୃତି ଲୋକଙ୍କ ଦ୍ଵାରା ପରିବେଶ ଦୂଷିତ ଓ ସ୍ଵଚ୍ଛ ରହିବାରେ ସମସ୍ୟା ଉପୁଜୁ ଥିବା ଦେଖା ଦେଇଛି । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଗଡ଼ରାମୁଣ୍ଡା ପଞ୍ଚାୟତରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନୂତନ ରୂପେ ନିର୍ମିତ ହୋଇଥିବା ପଞ୍ଚାୟତ କାର୍ଯ୍ୟାଳୟ ବାଜ୍ୟବସ୍ତୁ ଛୀନ ଭିନ ହୋଇପଡିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଗଡ଼ରାମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନୂତନ ରୂପେ ନିର୍ମିତ ହୋଇଅଛି । କାର୍ଯ୍ୟାଳୟରେ ସଭା ଗୃହରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବଣ୍ଟନ ହେଉଥିବା ଖାଦ୍ୟ ସମଗ୍ରୀ ଛୀନ ଭିନ ହୋଇ ପଡିରହିଅଛି । କୌଣସି କୋଠରୀରେ ଚାଉଳ ତଳେ ପଡିଥିବା ବେଳେ ଅନେକ କୋଠରୀରେ ଚାଉଳ ବସ୍ତା ପଡିରହିଅଛି । ସେହିପରି ଅନେକ କୋଠରୀରେ ଖାଲି ବସ୍ତା ପଡିରହିଅଛି । ସରପଞ୍ଚ ସଭା କରିବାକୁ ଗଲା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ପୂର୍ଣ୍ଣ ମାତ୍ରାରେ ଅସ୍ୱାସ୍ଥ୍ୟକର ପରିବେଶ ଦେଖାଯାଉଅଛି । ଯେଉଁଠାରେ କାର୍ଯ୍ୟାଳୟ ପରିଚାଳନା ହେବା କଥା ସେଠାରେ ଗୋଦାମ ଗୃହ ହୋଇଛି । ଏହିପରି ମନମାନୀ କାର୍ଯ୍ୟକଳାପ ଯୋଗୁଁ ଅଞ୍ଚଳରେ ତୀବ୍ର ଜନ ଅସନ୍ତୋଷ ଦେଖାଦେବା ସହ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.