ମୁରିବହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ସିଲେଟପଡ଼ା ଗ୍ରାମରେ କୁମ୍ଭକାର ସମାଜ ପକ୍ଷରୁ କୁରାଳ ପଞ୍ଚମୀ ପୂଜା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ପୂଜାରେ ପୂଜାକର୍ତ୍ତା ରୂପେ ଶଙ୍କର ରଣା ଓ ତାଙ୍କ ପତ୍ନୀ ପଦ୍ମାବତୀ ରଣା ଥିବା ବେଳେ ପୂଜକ ରୂପେ ପ୍ରକାଶ ଚନ୍ଦ୍ର ଦାସ ଦାୟିତ୍ୱରେ ଥିଲେ । ଆୟୋଜକ କମିଟିର ସଭାପତି ଚୁଡ଼ାମଣି ରଣା, ସଂପାଦକ ହୃଦାନନ୍ଦ ରଣା, କୋଷାଧ୍ୟକ୍ଷ ରବିନ୍ଦ୍ର ରଣା, ବ୍ଲକ ସଭାପତି ଗମ୍ଭୀର ରଣା, ମୁରଲୀ ରଣା, ନିଲାମ,ସୁଶାନ୍ତ, ଲଲିତ, ସୁନ୍ଦରଙ୍କ ସହ ସମସ୍ତ ସିଲେଟପଡ଼ା ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ରାତ୍ରୀରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Prev Post