“ପ୍ରାଣୀପାଳନ ଓ ଉତ୍ପାଦନ ବୃଦ୍ଧି ପାଇଁ ଚାରା ପ୍ରୋତ୍ସାହନ’’ ଉପରେ ପାଞ୍ଚ ଦିନିଆ ତାଲିମ ଶିବିର

ଭୁବନେଶ୍ୱର, (ପିଆଇବି) : ଗତ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତକେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନଠାରେ ‘‘ପ୍ରାଣୀପାଳନ ଓ ଉତ୍ପାଦନ ବୃଦ୍ଧି ପାଇଁ ଚାରା ପ୍ରୋତ୍ସାହନ’’ ଉପରେଏକ ପାଞ୍ଚ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ପ୍ରାଣୀଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମତ୍ସ୍ୟ ଓପ୍ରାଣୀ ସମ୍ପଦ ବିକାଶ ବିଭାଗର ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିଲା । କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନର ନିର୍ଦ୍ଦେଶକ ଡକ୍ଟର ମୃଦୁଳା ଦେବୀ ପ୍ରଶିକ୍ଷାର୍ଥୀମାନଙ୍କୁ କ୍ଷେତରେ ଚାରା ପ୍ରସାର ପାଇଁ ଏକ ଚାରା ଟାସ୍କ ଫୋର୍ସ ଗଠନ କରିବାରେ ନେତୃତ୍ୱ ନେବାକୁ ମତାମତ ଦେଇଥିଲେ । ପ୍ରାଣୀପାଳନ ଉତ୍ପାଦନରେ ମହିଳାମାନଙ୍କୁ ସଶକ୍ତ କରିବା, ଗୋଚର ଜମି ବିକାଶ କରିବା ପାଇଁ ଲିଙ୍ଗ ସମାବେଶୀ ପଦ୍ଧତି ଉପରେ ସେ ଗୁରୁତ୍ୱ ଦେଇଥିଲେ । ଭୁବନେଶ୍ୱର ସ୍ଥିତ ପ୍ରାଣୀ ଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଉପ-ନିର୍ଦ୍ଦେଶକ ଡକ୍ଟର ରାଜୀବ ଶର୍ମା, ସମନ୍ୱୟ ପ୍ରଣାଳୀ ମାଧ୍ୟମରେ ପ୍ରାଣୀପାଳନ କ୍ଷେତ୍ରରେ କ୍ଷେତ୍ର କାର୍ଯ୍ୟକର୍ତ୍ତାଙ୍କ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଏଥିରେ୩୦ଜଣ ଉପ-ବିଭାଗୀୟ ପ୍ରାଣୀଚିକିତ୍ସା ଅଧିକାରୀ, ଜଣେଲେଖାଏଁନିର୍ଦ୍ଦେଶକ ଏବଂ ପରିଚାଳକ, ୨ ଜଣବିବିଆରଏବଂ ବିଏମଏଫଙ୍କ ସମେତ ମୋଟ ୩୩ ଜଣ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ କୃଷି ଉତ୍ପାଦନ ପଦ୍ଧତିର ପ୍ୟାକେଜ୍ ମାଧ୍ୟମରେ ଚାରା ଉତ୍ପାଦନ, ସାଇଲେଜ୍ ତିଆରି ମାଧ୍ୟମରେ ଚାରାର ମୂଲ୍ୟ ବୃଦ୍ଧି, ସମ୍ପୂର୍ଣ୍ଣ ଖାଦ୍ୟ, ଉଦ୍ଭିଦ ସୁରକ୍ଷା, ସିଲଭି-ପାସଚର ଏବଂ କୃଷି ବନୀକରଣ ସହିତଚାରା ଆଧାରିତ ଇକୋସିଷ୍ଟମରେ ପ୍ରାଣୀ ସ୍ୱାସ୍ଥ୍ୟ ଓ ଉତ୍ପାଦକତାରେ ଉନ୍ନତି ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ତାଲିମରେ ଓଡିଶା ସରକାରଙ୍କ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ଅଧୀନରେ ଓଡିଶାରେ ଚାରା ସମ୍ପଦ ବିକାଶ ଯୋଜନାରେ ଏକ ସମ୍ବଳ ଉତ୍ସନିର୍ମାଣ କରିବାର ଲକ୍ଷ୍ୟ ଥିଲା । କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ୱରରଡକ୍ଟର ବିଶ୍ୱନାଥ ସାହୁ, (ପ୍ରଧାନ ବୈଜ୍ଞାନିକ, ପ୍ରାଣୀପୋଷଣ) କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.