ଆଜି ହେଉଛି ପବିତ୍ର ବିଷୁବ ସଂକ୍ରାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ହେଉଛି ପବିତ୍ର ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଓ ଓଡିଆ ନବବର୍ଷ । ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛନ୍ତି ଗାଁ ଠାରୁ ସହର । ହନୁମାନଙ୍କ ଜୟନ୍ତୀ ଲାଗି ସଜେଇ ହୋଇଛି ମନ୍ଦିର । ଦୀର୍ଘ ଦୁଇ ବର୍ଷ ପରେ କରୋନା ମହାମାରୀ ସ୍ଥିତିରେ ସୁଧାର ଆସିଥିବାରୁ ଏଥର ଓଡ଼ିଆ ନବବର୍ଷକୁ ଧୁମ୍‌ଧାମ୍‌ରେ ପାଳନ କରିବାକୁ ସବୁଠି ଯୋଜନା ହୋଇଛି । କୋଭିଡ୍‌ କଟକଣା ଉଠି ଯାଇଥିବାରୁ ବିଭିନ୍ନ ହନୁମାନ ଓ ରାମ ମନ୍ଦିରରେ ଜମିବ ଭିଡ଼ । ରାସ୍ତା କଡରେ ବି ଜମିବ ପଣାର ଆସର । ତା’ ସହିତ ଘରେ ଘରେ ଏହାକୁ ପାଳନ କରିବେ ଲୋକେ ।

Leave A Reply

Your email address will not be published.