jayashree

କିଲଟରୀ ସମ୍ମୁଖ ଓଁକାର ଛକରେ ମଧ୍ୟାହ୍ନରେ ଚଲ୍ହା ପାଣି ଓ ସନ୍ଧ୍ୟାରେ ମିଠା ପଣା ବଣ୍ଟନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାବିଷୁବ ପଣା ସଂକ୍ରାନ୍ତି ଓ ପବିତ୍ର ହନୁମାନ ଜୟନ୍ତୀ ସୁଖଦ ଅବସରରେ ସାରା ବଲାଙ୍ଗିର ସହରରେ ଭକ୍ତିମୟ ପରିବେଶ ପରିଲକ୍ଷିତ ହୋଇଥିବା ବେଳେ ସହର ଜନଗହଳି ପୂର୍ଣ୍ଣ ରହିଥିଲା । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍ଥାନୀୟ ଯୁବଗୋଷ୍ଠୀ କିଲଟରୀ ସମ୍ମୁଖ ଓଁକାର ଛକ ଠାରେ ମଧ୍ୟାହ୍ନରେ ଜନସାଧାରଣଙ୍କୁ ଥଣ୍ଡା ବିଶୁଦ୍ଧ ପାନୀୟ ଜଳ ଓ ଚଲ୍ହା ପାଣି ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ରାସ୍ତାରେ ଯାଉଥିବା ଲୋକେ ଗରମରୁ ଟିକିଏ ତ୍ରାହି ପାଇବା ନିମନ୍ତେ ଏଠାରେ ଅଟକି ଥଣ୍ଡା ପାନୀୟର ମଜା ନେଉଥିବାର ଦେଖିବାକୁ ମିଳିଥିଲା । ଏହି ଯୁବଗୋଷ୍ଠୀ ଦ୍ୱାରା ସମାନ ସ୍ଥାନରେ ସନ୍ଧ୍ୟା ସମୟରେ ପୁଣିଥରେ ମିଠା ପଣା ବଣ୍ଟନ କାର୍ଯ୍ୟକ୍ରମ ଜନସାଧାରଣଙ୍କ ନିମନ୍ତେ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଯୁବଗୋଷ୍ଠୀ ସୁମିତ ମିଶ୍ର, ସବୀର ଦାଶ, ଅଭିଷେକ ଆଚାର୍ଯ୍ୟ, ଶୁଭମ ବଡପଣ୍ଡା, ରାଜେଶ ବାଗ, ପିଣ୍ଟୁ ମିଶ୍ର, ସୌର ନାରାୟଣ ଦାଶ, ହରିଷ ସୋନି, ଗୌତମ କବାଟ ଓ ଆଶିଷ ପ୍ରମୁଖ ମିଶି ପରିଚାଳନା କରିଥିଲେ ।

Leave A Reply

Your email address will not be published.