ରେଳଲାଇନ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ନେଇ ବିଭିନ୍ନ ଗ୍ରାମରେ ପଲ୍ଲୀସଭା ଆରମ୍ଭ

ମାଲକାନଗିରି : ଜୟପୁର ମାଲକାନଗିରି ରେଳ ଲାଇନ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ନେଇ ପଲ୍ଲୀସଭା ବିଭିନ୍ନ ଗ୍ରାମରେ ଆରମ୍ଭ ହୋଇଯାଇଛି । ମାଲକାନଗିରି ପୌରପରିଷଦ ଅନ୍ତର୍ଗତ ଏମଭି୪୩ ଗ୍ରାମରେ ଜମି ଅଧିଗ୍ରହଣ ଓ କ୍ଷତିପୂରଣ ନେଇ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମାଲକାନଗିରି ତହସିଲଦାର ଚନ୍ଦନ ଭୋଇ, ଅତିରିକ୍ତ ତହସିଲଦାର ଜଗଦୀଶ କାର୍ତ୍ତମି, ପୌରପରିଷଦ ଅଧକ୍ଷ ମନୋଜ କୁମାର ବାରିକ, ରାଜସ୍ୱ ନିରୀକ୍ଷକ ଶ୍ରୀନିବାସ ପଟ୍ଟନାୟକ ଉପସ୍ଥିତ ରହି ଗ୍ରାମ ମୁଖିଆ, ଜମି ହରାଉଥିବା ବ୍ୟକ୍ତି ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ ।

Leave A Reply

Your email address will not be published.