jayashree

ବଲାଙ୍ଗିର ସହରର ଦୋକନୀମାନେ ହୁସିଆର୍‌, ପୋଲିଥିନ୍‌ ବ୍ୟବହାର କଲେ ଗଣିବାକୁ ହେବ ଏବେ ଫାଇନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଦୋକନୀମାନେ ହୁସିଆର୍‌, ପୋଲିଥିନ୍‌ ବ୍ୟବହାର କଲେ ଗଣିବାକୁ ହେବ ଏବେ ଫାଇନ୍‌ । ଗତକାଲି ବଲାଙ୍ଗିର ସହରର ଭୀମଭୋଇ ମେଡ଼ିକାଲ୍‌ କଲେଜ ହସ୍‌ପିଟାଲ୍‌ ରୋଡ୍‌ରେ ଆରମ୍ଭ ହୋଇଛି ଚଢ଼ାଉ । ଏହି ଚଢ଼ାଉରେ ଅନେକ ଦୋକାନୀଙ୍କୁ ପଡ଼ିଛି ଫାଇନ୍‌ । ଦୋକାନୀମାନେ ଗଣିଛନ୍ତି ଫାଇନ୍‌ ଟଙ୍କା । ସୂଚନାଯୋଗ୍ୟ ଯେ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ ଏବଂ ବଲାଙ୍ଗିର ରେଂଜ ବନ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିବା ବେଳେ ଭୀମଭୋଇ ମେଡ଼ିକାଲ୍‌ କଲେଜ ହସ୍‌ପିଟାଲ୍‌ ରୋଡ୍‌ରେ ଥିବା ଦୋକାନଗୁଡ଼ିକୁ ଯାଂଚ କରାଯାଇଛି । ଆଗାମୀ ସମୟରେ ଏହି ଚଢ଼ାଉ ଜୋର୍‌ଦାର୍‌ କରାଯାଇ ବଲାଙ୍ଗିର ସହରକୁ ପ୍ରଦୂଷଣ ମୁକ୍ତ କରାଯିବା ପାଇଁ ଜୋର୍‌ସୋର୍‌ ଉଦ୍ୟମ ଚାଲିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.