- ଛାତ୍ର ପ୍ରୀତମ ବଘାର ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ସବୁଠାରେ ୭୯ତମ ସ୍ଵାଧୀନତା ଦିବସ ମହାସମାରୋହର ସହ ପାଳିତ ହୋଇଯାଇଛି । ନିଜ ନିଜ କାର୍ଯ୍ୟାଳୟରେ ଦିବସକୁ ପାଳନ କରିବା ପରେ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ସ୍ଥାନୀୟ ପଞ୍ଚାୟତି ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିଲା । ମୁରିବାହାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ହରିବନ୍ଧୁ ମେହେର ମୁଖ୍ୟଅତିଥି ରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ବିଡିଓ ବାସନ୍ତୀ ସେଠୀ, ନୂତନ ଥାନା ଆଇଆଇସି ସନାତନ ସାହୁ, ବିଇଓ ଶାନ୍ତନୁ କୁମାର ପଢ଼ିହାରୀ, ସିଡ଼ିପିଓ ପୂର୍ଣ୍ଣିମା ବୈଠାରୁ, ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି, ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ, ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦ, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ତ୍ରିବିକ୍ରମ ସାହୁ, ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିଲତା ପାତ୍ର, ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ଜିପିଡିଓ ପ୍ରସନ୍ନ କୁମାର ନାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ନୂଆଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଅଂଶଗ୍ରହଣ କରିଥିବା ଡ଼ିଗ୍ରୀ କଲେଜ ଛାତ୍ର ପ୍ରୀତମ ବଘାରଙ୍କୁ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସମଗ୍ର ବ୍ଲକ ଅଞ୍ଚଳରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀ, ମ୍ୟାଟ୍ରିକ ଓ ଯୁକ୍ତ ଦୁଇ ଉତ୍ତୀର୍ଣ୍ଣ ବ୍ଲକ ଟପ୍ପରମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ୟାରେଡ ପରିଚାଳନାରେ ଖେଳ ଶିକ୍ଷକ ଶରତ ଚନ୍ଦ୍ର ପଧାନ, ରାଧେକୃଷ୍ଣ ବଘାର, ନୀତେଶ ତାଣ୍ଡି, ସୁନନ୍ଦ ପ୍ରଧାନ, ଝସକେତନ ରାଜହଂସ ଓ ଜୀତେନ୍ଦ୍ର ସୁନା ସହଯୋଗ କରିଥିଲେ । ବିଚାରକଙ୍କ ଦ୍ଵାରା ପ୍ୟାରେଡରେ ଶ୍ରେଷ୍ଠ ବିବେଚିତ ବିଦ୍ୟାଳୟଗୁଡ଼ିକୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବ୍ଲକ ବିଏସଏସଓ ରିଙ୍କୁ ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଥା ଓଏଲ୍ଏମ ବିପିଏମ୍ ଡ ଗୋପାଳକୃଷ୍ଣ ଦୀପଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିପି ରଞ୍ଜିତ ପଟେଲ, ବ୍ଲକ ଡ଼ବ୍ଲୁଇଓ ଭୀମରାମ ମାଝୀ, ଵିଆରସି ଶ୍ରୀକାନ୍ତ ଜେନା, ଜେଆରଏ ଝସକେତନ ତାଣ୍ଡି, ଯୋଜନା ସହାୟକ ରାଜ ସିଂ ବାବୁ, ରୂପେଶ ସାଣ୍ଡଙ୍କ ସହ ବ୍ଲକର ସମସ୍ତ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ଶିକ୍ଷକ ଶିକ୍ଷୟିତ୍ରୀ, ପୋଲିସ, ସ୍ଵାସ୍ଥ୍ୟ ବିଭାଗ, ଓଏଲଏମ କର୍ମଚାରୀ, ବିକାଶ ମଞ୍ଚ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ବିପିଏମ ଡ.ଦୀପ ଧନ୍ୟବାଦ ଦେଇଥିଲେ । ଏହା ପୂର୍ବରୁ ବ୍ଲକ ଅଞ୍ଚଳର ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜରେ ସଂପୃକ୍ତ ଅନୁଷ୍ଠାନର ମୁଖ୍ୟଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସେହିପରି ବ୍ଲକ ଅଞ୍ଚଳର ସମସ୍ତ ୨୨ଟି ପଞ୍ଚାୟତରେ ସଂପୃକ୍ତ ପଞ୍ଚାୟତର ସରପଞ୍ଚ ,ସମିତି ସଭ୍ୟ, ପିଇଓ, ଜିଆରଏସ, ଯୋଗାଣ ସହାୟକ, ଜିଓ ଟେଗ, ୱାର୍ଡ ସଭ୍ୟସଭ୍ୟା, ଏମବିକେ, ସିଆରପି ପ୍ରମୁଖ ନିଜ ନିଜ ପଞ୍ଚାୟତ କାର୍ଯ୍ୟାଳୟରେ ୭୯ତମ ସ୍ଵାଧୀନତା ଦିବସକୁ ଅତି ଜାକଜମକର ସହ ପାଳନ କରିଥିବା ଦେଖିବାକୁ ମିଳିଥିଲା । ମୁରିବାହାଲରେ ଥିବା ସ୍ଵାମୀ ବିବେକାନନ୍ଦ ଯୁବକ ସଂଘ, ଡ୍ରାଇଭର ସଂଘ, ଭୀମ ଆର୍ମି ପକ୍ଷରୁ ମଧ୍ୟ ୭୯ତମ ସ୍ଵାଧୀନତା ଦିବସ ଉତ୍ସାହ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି ।
