କଣ୍ଟାବାଞ୍ଜି, (କେପିଏନ୍ଏସ୍) : କଣ୍ଟାବାଞ୍ଜି ସ୍ଥାନୀୟ ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ କଣ୍ଟାବାଞ୍ଜିର ମିଳିତ ସହଯୋଗରେ ରଣାସାର ଇଂରାଜୀ କୋଚିଙ୍ଗ ସେଣ୍ଟରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡ.ନାରାୟଣ ମିଶ୍ର ମୁଖ୍ୟ ଅତିଥି ଓ କବି ରବି ନାରାୟଣ ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ସଭା ସଂଯୋଜନା, ସହ ସମ୍ପାଦିକା ଅଞ୍ଜଳି ମାଝୀ କବିଙ୍କ ରଚିତ କିଏଗୋ ତୁ ଜ୍ୟୋତିର୍ମୟୀ କବିତା ପାଠ କରି ସ୍ୱ।ଗତ ଅଭିଭାଷଣ ଓ ଉପ ସଭାପତି ସୂର୍ଯ୍ୟକାନ୍ତ ରଣା ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବ ପ୍ରଥମେ କବିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ଧୂପଦୀପ ଅର୍ପଣ କରାଯାଇଥିଲା । ଉପସ୍ଥିତ କବି କବୟିତ୍ରୀ ଶ୍ୟାମ ସୁନ୍ଦର ଗୁରୁ, ନରେନ୍ଦ୍ର ସୁନା, ଥମିର ଛତ୍ରିଆ, ମମତା ପଣ୍ଡା, ସବିତା ରଣା, କିଶୋର ବରିହା, ମହିମା ରଣା ଆଦି କବିତା ପାଠ କରିଥିଲେ । ତାପରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ରିହାନ ବାଗ, ହଂସିକା ପୁଟେଲ, ଆଦିତ୍ୟ ବାଗଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରିବା ସହିତ ସମସ୍ତ ପ୍ରତିଯୋଗୀଙ୍କୁ କଲମ ପ୍ରଦାନ କରାଯାଇଥିଲା । ପରିଶେଷରେ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା ।

Next Post