ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିବର୍ଷ ଅଗଷ୍ଟ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ସାରା ବିଶ୍ୱରେ ସରକାରୀ ତଥା ବେସରକାରୀ ସ୍ତରରେ କର୍ମଶାଳା, ବୈଠକ, ଆଲୋଚନା ତଥା ରେଲି ମାଧ୍ୟ୍ୟମ ଲରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ କ୍ରାଏ କଲିକତା ତରଫରୁ ପାଟଣାଗଡ ବ୍ଲକ ଫଟାମୁଣ୍ଡା ଗ୍ରାମ ପଂଚାୟତର ଲଡଙ୍ଗାଭଟା, ସିଦ୍ଧିମୁଣ୍ଡା ଏବଂ ଭରତବାହାଲ ପଂଚାୟତର ମୁଦଳସର ଓ ଭରତବାହାଲ ଠାରେ ଉକ୍ତ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମର ଗର୍ଭବତୀ, ପ୍ରସୂତି, କିଶୋରୀମାନଙ୍କ ସମେତ ଅନ୍ୟ ମହିଳା ମାନେ ଅଂଶଗ୍ରହଣ କରିଥିଲେ । ସସ୍ମିତା ମିଶ୍ର ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ପିଣ୍ଟୁ ପଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏଥିସହିତ ସ୍ତନ୍ୟପାନର ଆବଶ୍ୟକତା ଓ ଏହାର ବିଭିନ୍ନ ଦିଗକୁ ନେଇ ଜଣାଅଜଣା, ଗପ ତଥା ଖେଳ ମାଧ୍ୟ୍ୟମରେ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଗାଁ ଗୁଡ଼ିକର ସମସ୍ତ ଅଙ୍ଗନବାଡି ତଥା ଆଶାକର୍ମୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.