ବିନ୍ଧ୍ୟ ବାସିନୀ ସ୍ନାତକ ମହା ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହା ବିଦ୍ୟାଳୟଠାରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ନୂତନ ଭାବରେ ନାମ ଲେଖା ହୋଇଥିବା ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି । ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ଜାତୀୟ ଶିକ୍ଷାନୀତି -୨୦୨୦ ସ୍ନାତକ ପାଠ୍ୟକ୍ରମ ସଂପର୍କରେ ବିସ୍ତାର ଭାବରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିଥିଲେ । ଅଧ୍ୟାପକ ପ୍ରଦୀପ କୁମାର ଦେୱାନ ମହାବିଦ୍ୟାଳୟର ନୀତି, ନିୟମ, ଆଦର୍ଶ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ନାରୀ ନିର୍ଯ୍ୟାତନା ବିରୋଧରେ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ଅଧ୍ୟକ୍ଷ ଶ୍ରୀ ବାରିକ କାର୍ଯ୍ୟସ୍ଥଳୀରେ ନାରୀମାନଙ୍କ ଉପରେ ହେଉଥିବା ମାନସିକ ନିର୍ଯ୍ୟାତନା ସଂପର୍କରେ ସଚେତନ କରିବା ସହ ସରକାରଙ୍କ ନୂତନ ଆହୃତ “ଶକ୍ତିଶ୍ରୀ ” ଆପ୍ ହାବିଦ୍ୟାଳୟମାନଙ୍କରେ କିପରି କାର୍ଯ୍ୟ କରିବ ସେ ସଂପର୍କରେ ମଧ୍ୟ ସାମାନ୍ୟ ସୂଚନା ପ୍ରଦାନ କରିଥିଲେ । ଅଧ୍ୟାପିକା ପୁଷ୍ପମଞ୍ଜରୀ ପ୍ରଧାନ ସଭା ପରିଚାଳନା କରିିଥିବା ବେଳେ ଅଧ୍ୟାପକ ଅଙ୍କିତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକୁ ସଫଳ କରିବା ପାଇଁ ଅଧ୍ୟାପକ, ଅଧ୍ୟାପିକା ତଥା ଅଣ ଶିକ୍ଷକ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.