ପାଇକମାଲ ଲାୟନ୍ସ କ୍ଲବ ଦ୍ଵାରା ବନମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଶକ୍ତିନଗର ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୬ତମ ବନ ମହୋତ୍ସବ ଲାୟନ୍ସ କ୍ଲବର ଆନୁକୁଲ୍ୟରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଲମ୍ବୋଦର ଭୋଇଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ପାଇକମାଲ ଲୟନ୍ସ କ୍ଲବ ସଭାପତି ଗୋବର୍ଦ୍ଧନ ଅଗ୍ରୱାଲ ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ସ୍କୁଲ ଚେୟାରମେନ ଡମ୍ବରୁଧର ଭୋଇ ଓ ସିଆରସିସି ରଞ୍ଜନ ବାଗ ଯୋଗ ଦେଇଥିଲେ । ଜିଲ୍ଲା ପରିବେଶ ସୁରକ୍ଷା ମଂଚର ସହସଂପାଦକ ବିଭୂତି ଭୂଷଣ ମୁଣ୍ଡ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସୃଷ୍ଟିରେ ବୃକ୍ଷର ଭୂମିକା ଜୀବଜଗତ ପାଇଁ କେତେ ମହତ୍ତ୍ୱପୂର୍ଣ୍ଣ, କେତେ ଉପକାରୀ ବିଶଦ ଭାବରେ ବୁଝାଇଥିଲେ । ସଭାରେ କ୍ଲବର ସମସ୍ତ ସଭ୍ୟ ଓ ସହ ଶିକ୍ଷୟତ୍ରୀ ସିମାରଣି ବିଶ୍ଵାଳ, କୁମୁଦିନୀ ସାହୁ ଯୋଗଦେଇଥିବା ବେଲେ ଶିକ୍ଷୟତ୍ରୀ ଚେତନିକା ସାହୁ ଧନ୍ୟବାଦର ପର୍ବ ତୁଲାଇଥିଲେ । ପ୍ରକୃତିବନ୍ଧୁ ନନ୍ଦଳାଲ ନାୟକଙ୍କ ନେତୃତ୍ଵରେ ସମସ୍ତେ ସ୍କୁଲ ପରିସରରେ ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ । ଏଇ କ୍ରମରେ ଛାତ୍ରଛତ୍ରୀମାନେ ଏକ ଶୋଭାଯାତ୍ରା କରି ପରିବେଶ ସଂକ୍ରାନ୍ତୀୟ ସ୍ଲୋଗାନ ମାନ ଦେଇ ଜନସାଧାରଣଙ୍କୁ ସଚେତନ କରିଥିଲେ । ଅବସରରେ ପ୍ରାୟ ୩୦ ଗୋଟି ବିରଳ ପ୍ରଜାତିର ବୃକ୍ଷ ଯଥା ପୁତ୍ରଜିବକ, ଅଶୋକ, ଜମୁ, ସର୍ପାଗନ୍ଧା, ଫଣଫଣା ଓ ପଣସ ଆଦି ରୋପଣ କଲାପରେ ଏକ ସଭା ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁଙ୍କ ସଭାପତିତ୍ୱରେ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ପ୍ରକୃତିବନ୍ଧୁ ବିଭୂତି ଭୂଷଣ ମୁଣ୍ଡ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ବାନପାଳ ଦିବାକର ପ୍ରଧାନ ଓ ସରପଞ୍ଚ ନନ୍ଦ କିଶୋର ନନ୍ଦ ଯୋଗ ଦେଇଥିଲେ । ସଭାରେ ମୁଖ୍ୟ ଅତିଥି ବିଭୁତି ଭୁଷଣ ମୁଣ୍ଡ ଦୁବ ଘାସଠାରୁ ବଟ ବୃକ୍ଷ ପର୍ଯ୍ୟନ୍ତ, ଜଙ୍ଗଲ, ପରିବେଶ ଓ ବନ୍ୟ ଜନ୍ତୁ ତଥା ଗନ୍ଧମାର୍ଦନ ପର୍ବତ ବିଷୟରେ ବିଶଦ ଭାବରେ ଆଲୋକପାତ କରିଥିଲେ ।

jittmm
Leave A Reply

Your email address will not be published.