ppurohit

ଡୁମ୍ଵେରବାହାଲ ସ୍କୁଲରେ ବନ ମହୋତ୍ସବ ପାଳିତ

2nd

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଡୁମ୍ଵେରବାହାଲ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନଶିକ୍ଷକ ହୃଷୀକେଶ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରଗଡ଼ ଜିଲ୍ଲା ବନ ସୁରକ୍ଷା ସମିତି ଅଧ୍ୟକ୍ଷ ତଥା ପ୍ରକୃତି ମିତ୍ର ବିଭୂତି ଭୂଷଣ ମୁଣ୍ଡ, ଫରେଷ୍ଟର ରଜନୀକାନ୍ତ ବଢ଼େଇ, ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ଅଦନ ସୁନା, ବିଶିଷ୍ଟ ସମାଜସେବୀ ଟାଇଲ ଚନ୍ଦ୍ର ଭୋଇ, ସ୍କୁଲ ପରିଚାଳନା କମିଟି ସଭାପତି ବନବସ ସାହୁ ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣର ଉପକାରିତା ଓ ତାହାର ରକ୍ଷଣାବେକ୍ଷଣ ସମ୍ପର୍କରେ ଆଲୋକପାତ କରିଥିଲେ । ଏହାପରେ ଅତିଥିମାନେ ଉପସ୍ଥିତ ଥିବା ସମସ୍ତ ଅଭିଭାବକ, ମାଁ ତଥା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଚାରା ବଣ୍ଟନ କରିବା ସହ ଗ୍ରାମର ଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ ବିଭିନ୍ନ ବୃକ୍ଷ ରୋପଣ କରିଥିଲେ ।

Leave A Reply

Your email address will not be published.