ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୭୬ ତମ ବନ ମହୋତ୍ସବ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) ‘ମାଆଙ୍କ ନିମନ୍ତେ ଗଛଟିଏ’ ଆହ୍ୱାନରେ ଆଜି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ପରିସରେ ୭୬ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମୀର କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଅଧିବେଶନରେ ମୁଖ୍ୟ ଅତିଥି ରୂପେ କେସିଙ୍ଗା ବନାଞ୍ଚଳ ଅଧିକାରୀ ସ୍ନିଗ୍ଧା ସରିତା ବଳିୟାର ସିଂହ ଓ ସମ୍ମାନିତ ଅତିଥି ରୂପେ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ତଥା ଜବାହର ଉଚ୍ଚ ବିଦ୍ୟାଳୟ, ବାଲସିର ପ୍ରଧାନ ଶିକ୍ଷକ ଅଭୟ କୁମାର ଦେବତା, ଫରେଷ୍ଟର ଯଶୋବନ୍ତ ନାଏକ, ଫରେଷ୍ଟ ଗାର୍ଡ ଧନଞ୍ଜୟ ନିଆଲ୍, ଆମ ଜଙ୍ଗଲ ଯୋଜନା ଅଧିକାରୀ ହେମନ୍ତ କୁମାର ସାହୁ ଏବଂ କେସିଙ୍ଗା ଆଇନ ତାଲୁକା ସେବାର କର୍ମଚାରୀମାନେ ଉପସ୍ଥିତ ଥିଲେ । ବୃକ୍ଷ ରୋପଣ, ଜୀବନ ରୋପଣ, ମାନବର ଏକ ମୂଲ୍ୟଯୁକ୍ତ ପ୍ରତିପୋଷଣ ବୋଲି ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଅଭିମତ ପ୍ରକାଶ କରିବା ସହ ବୃକ୍ଷ ରୋପଣ ପ୍ରୟାସକୁ ନିଜର ଜୀବନର ପରମ ବ୍ରତ ରୂପେ ବିବେଚନା କରିବା ନିମନ୍ତେ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଏହି ଅବସରରେ ବନ ମହୋତ୍ସବ ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜି. କ୍ରିଷ୍ଣା ରେଡ୍ଡୀ ସଂଯୋଜନା କରିଥିଲେ ଓ ୟୁଥ୍ ଓ ଇକୋ କ୍ଲବର ଦଳପତି ସୁନୀଲ୍ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ବିଦ୍ୟାଳୟ ପରିସରରେ ଅତିଥିମାନଙ୍କ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରୀମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା ।

Leave A Reply

Your email address will not be published.