oom

ପିଏମ୍ ଶ୍ରୀ ନଅଗାଁ(କ) ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ (କ) ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅନନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ । ଏହି ଉତ୍ସବରେ ସାଲେଭଟା ବନପାଳ ଚୌଧୁରୀ ଦଳପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରକୃତି ବନ୍ଧୁ ତଥା ଅବସର ପ୍ରାପ୍ତ ଶିକ୍ଷକ ଆନନ୍ଦ କୁମାର ସାହୁ ମୁଖ୍ୟବ୍ୟକ୍ତା ଭାବେ ଯୋଗଦେଇ ବୃକ୍ଷର ମହାତ୍ମ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଉଦବୋଧିତ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଏଲିନା ପ୍ରଧାନ(୧୦ମ ଶ୍ରେଣୀ), ଗାୟତ୍ରୀ ଦଣ୍ଡସେନା(୯ମ ଶ୍ରେଣୀ) ଓ ସୋନାଲି ଭୋଇ(୧୦ମ ଶ୍ରେଣୀ) ଯଥାକ୍ରମେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ବିବେଚିତ ହୋଇଥିବା ବେଳେ ଚିତ୍ରାଙ୍କନ ପ୍ରତିଯୋଗିତାରେ ପୁଜା ବାରିକ(୯ମ), ଶିଶିର ଗଡତ୍ୟା (୧୦ମ) ଓ ଶ୍ରୀମା ମେହେର (୯ମ) ଯଥାକ୍ରମେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସମ୍ମାନୀତ ଅତିଥି ଭାବେ ଲକ୍ଷ୍ମୀନାରାୟଣ ସ୍ୱାଇଁ ଓ ଗାନ୍ଧୀ ପ୍ରଧାନ ମଞ୍ଚାସିନ ଥିବା ବେଳେ ବନବାସ ବାଗ ବିବରଣୀ ପଠନ କରିଥିଲେ । ଏହି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଇକୋ କ୍ଳବ୍ ଭାରପ୍ରାପ୍ତ ଶିକ୍ଷକ ବିଶ୍ୱେଶ୍ୱର ସାହୁ ସଂଯୋଜନା କରିଥିଲେ । ସହକାରୀ ଶିକ୍ଷକ ଲକ୍ଷ୍ମୀକାନ୍ତ ଭୋଇ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ବନ୍ଧୁ ସେଠ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଶିକ୍ଷା କର୍ମଚାରୀ ଏବଂ ଲୋଇସିଂହା ରେଞ୍ଜର ବନ କର୍ମଚାରୀ ଗଣ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.