
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ ପରିସରରେ ବନ-ମହୋତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟର ସଭାପତି ବୀରସେନ ବେହେରା, ସମ୍ପାଦିକା ସ୍ମୃତିରେଖା ବେହେରା ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ପରିଡା ଯୋଗଦେଇ ଶହେଟି ବୃକ୍ଷ ରୋପଣ କରିଥିଲେ । ଏହି ଅବସରରରେ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଛାତ୍ର ଆରିୟନ ପଣ୍ଡା ଇଂରାଜୀରେ ବକ୍ତୃତା ଦେଇଥିଲେ । ସପ୍ତମ ଶ୍ରେଣୀର ଛାତ୍ରୀ ସାଇ ଶ୍ରଦ୍ଧା ବେହେରା ଇଂରାଜୀ ବକ୍ତୃତା, ଅଷ୍ଟମ ଶ୍ରେଣୀର ଛାତ୍ରୀ ଏସ୍. ହେମସା ରେଡ୍ଡୀ ଇଂରାଜୀରେ ଗଳ୍ପ ପରିବେଷଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନୃତ୍ୟ ମାଧ୍ୟମରେ ପରିବେଶ ସୁରକ୍ଷା ଓ ବୃକ୍ଷ ବଞ୍ଚେଇବାର ଉଦ୍ଦେଶ୍ୟ ଓ ବୃକ୍ଷ ରୋପଣର ମହତ୍ତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ଦାର୍ଶନିକା ପାଢ଼ୀ ଇଂରାଜୀରେ ଗଳ୍ପ ପରିବେଷଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ପରିଡା ରାମାୟଣର ଗଳ୍ପ ମାଧ୍ୟମରେ ବୃକ୍ଷର ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଅରବିନ୍ଦ କୁମାର, ବିକାଶ ବେହେରା, ପୂର୍ଣ୍ଣଚନ୍ଦ୍ର ନାୟକ, ପ୍ରଫୁଲ୍ଲ ଜେନା, ସୁବାଷ ନାୟକ ଏବଂ ଶିକ୍ଷୟତ୍ରୀ ନିଲୁଫର ହୁସେନ, ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ ଏବଂ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସକ୍ରୀୟ ସହଯୋଗରେ କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପାଦନ ହୋଇଥିଲା ।