
କେସିଙ୍ଗା, (ପ୍ରୀତେଶ ପଟେଲ) : ” ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ ” ମୂଳମନ୍ତ୍ରକୁ ଧ୍ୟେୟ କରି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ ଏନ୍ ଏ ସି, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଓ ଲିଟିଲ ଏଞ୍ଜେଲ ସ୍କୁଲରେ ୧୧ତମ ଆନ୍ତର୍ଜାତିକ ଯୋଗ ଦିବସ-୨୦୨୫ ସ୍ଥିରୀକୃତ ନିର୍ଦ୍ଦେଶାବଳୀ ଅନୁସାରେ ଆୟୋଜିତ ହୋଇଯାଇଛି । ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଖେଳ ଭବନ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ -୨୦୨୫ ଏନଏସି ତରଫରୁ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ୬ଟାରୁ ନାମ ପଞ୍ଜିକରଣ କରାଯିବା ପରେ ୭ଟାରୁ ୮ଟା ଯାଏ ଯୋଗାଭ୍ୟାସ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏନଏସି ନଗରପାଳ ନୃପରାଜ ଯାଦବ, ନିର୍ବାହୀ ଅଧିକାରୀ ଦୁଷ୍ମନ୍ତ ଆଚାର୍ଯ୍ୟ, କନିଷ୍ଠ ଯନ୍ତ୍ରୀ ନାରାୟଣ ମହାରଣାଙ୍କ ସମେତ ସମସ୍ତ କର୍ମଚାରୀ ଓ ସହରର ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀନିବାସ ପଟ୍ଟନାୟକ ଓ ନୃସିଂହ ଚରଣ ବେହେରା ପ୍ରମୁଖ ପରିଚାଳନା କରିଥିଲେ । ସେହିପରି ପ୍ରଧାନ ଶିକ୍ଷକ ସମୀର କୁମାର ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରରେ ବିଦ୍ୟାଳୟ ପରିଚାଳନା ସଭାପତି ଶିବ ପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଯୋଗାସନକୁ ଜୀବନର ପରମ ବ୍ରତ ରୂପେ ଗ୍ରହଣ କରିବା ନିମନ୍ତେ ଉପସ୍ଥିତ ଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ । ଶିକ୍ଷୟିତ୍ରୀ ମୋନାଲିସା ନାୟକ ଯୋଗ ସାଧନା ଅଧିବେଶନକୁ ପରିଚାଳନା କରିଥିଲେ ଏବଂ ବିଦ୍ୟାଳୟର ସମସ୍ତ ଶୈକ୍ଷିକ ଓ ଅଣଶୈକ୍ଷିକ କର୍ମଚାରୀମାନେ ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରିଥିଲେ । ଲିଟିଲ ଏଞ୍ଜେଲ ସ୍କୁଲରେ ମଧ୍ୟ ପ୍ରିନ୍ସିପାଲଙ୍କ ନେତୃତ୍ଵରେ ଯୋଗ ଅଭ୍ୟାସ କରାଯାଇଥିଲା । ଏହି ଅବସରର କେସିଙ୍ଗା ଏନଏସି ପକ୍ଷରୁ ୧୧ଟା ବେଳେ ଡୁମେରମୁଣ୍ଡା ସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ଓ ୧୨. ୩୦ରେ କୁର୍ଲୁପଡା ସ୍ଥିତ ନୂତନ ବସଷ୍ଟାଣ୍ଡଠାରେ ପ୍ରାୟ ୧୦୦ଟି ବୣକ୍ଷରୋପଣ କରାଯାଇଥିବା ଏନଏସି ସୂତ୍ରରୁ ପ୍ରକାଶ । ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଉପାଧ୍ୟାକ୍ଷା ସରସ୍ୱତୀ ସାହା ବର୍ଜ୍ୟବସ୍ତୁ ପ୍ଲାଣ୍ଟ ଓ ନୂତନ ବସଷ୍ଟାଣ୍ଡ ଠାରେ ବୃକ୍ଷରୋପଣ କରିଥିବା ବେଳେ ଏନଏସିର ଉପସ୍ଥିତ କର୍ମଚାରୀ ଓ ଠିକାଦାରମାନେ ବୣକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥଲେ । ଏଥିସହିତ ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ବୣକ୍ଷରୋପଣ କରିଥିଲେ । ଆଜି ୧୦୦ଟି ବୣକ୍ଷରୋପଣ କରାଯାଇଥିଲା ବେଳେ ପର୍ଯ୍ୟାୟକ୍ରମେ ଆହୁରି ୪୦୦ଟି ବୣକ୍ଷରୋପଣ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଏନଏସି ସୂତ୍ରରୁ ସୂଚନା ମିଳିଛି ।