oom

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଶ୍ୱ ପରିବେଶ ଦିବସ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଅତିରିକ୍ତ ବିଚାରପତି ପଦ୍ମପୁର ସୂର୍ଯ୍ୟ ନାରାୟଣ ଦ୍ଵିବେଦୀ, ସିଭିଲ୍‌ ଜର୍ଜ ଜୁନିୟର ଡିଭିଜନ ଧ୍ରୁବି ସୋଲାଙ୍କୀ, ସଭାପତି ପୃଥ୍ୱୀରାଜ ସାହୁ, ଉପ ସଭାପତି ଗୋପାଳ କୃଷ୍ଣ ମିଶ୍ର, ସମ୍ପାଦକ ଜନକଲାଲ ମେହେର, କୋଷାଧ୍ୟକ୍ଷ ଘନଶ୍ୟାମ ପୁଞ୍ଜି, ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଆଶିଷ ମିଶ୍ର, ବନପାଳ ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଅତିରିକ୍ତ ବିଚାରପତି ଓ ମାନ୍ୟବର ସିଭିଲ୍‌ ଜର୍ଜ ଜୁନିୟର ଡିଭିଜନ ବିଶ୍ଵ ପରିବେଶ ଦିବସ ଉପରେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପଦ୍ମପୁର ବନଖଣ୍ଡର କର୍ମଚାରୀ, ସିଭିଲ୍‌ କୋଟ୍ କର୍ମଚାରୀ, ଗୁରୁଜୀ ଗୁରୁମା, ଛାତ୍ରଛାତ୍ରୀ, ସେବକମାନେ ଉପସ୍ଥିତ ଥିଲେ । ଏହି ଅବସରରେ ବିଦ୍ୟାଳୟର ସମ୍ମୁଖରେ ବୃକ୍ଷରୋପଣ କରାଯାଇଥିଲା । ଶେଷରେ ବିଦ୍ୟାଳୟର ସମ୍ପାଦକ ଜନକ ଲାଲ ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.