
କଣ୍ଟାବାଞ୍ଜି, (କେପିଏନ୍ଏସ୍) : କଣ୍ଟାବାଞ୍ଜି ଚଟୁଅନକା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଝୀପଡାଠାରେ ରେଡ଼କ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି । କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ, ମାଝୀପଡା ପ୍ରାଥମିକ ବିଦ୍ୟାଳୟ ଓ ଜବାହାରଲାଲ ନେହେରୁ ଆଦିବାସୀ କ୍ଲବର ମିଳିତ ଆନୁକୂଲ୍ୟରେ ରେଡ଼କ୍ରସ ଜନ୍ମଦାତା ହେନେରୀ ଡୁରାଣ୍ଟଙ୍କ ୧୯୭ତମ ଜନ୍ମ ଜୟନ୍ତୀ ପାଳନ ଓ ତୁରେକେଲା ବ୍ଲକ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ପାଳନ ଅବସରରେ ମୁଖ୍ୟବକ୍ତା ଭାବରେ ବିରଞ୍ଚି ନାରାୟଣ ଦାଶ, ମୁଖ୍ୟ ଅତିଥି ଭାବରେ ଥମିର ଛତ୍ରିଆ,ସମ୍ମାନିତ ଅତିଥି ଭାବରେ ପ୍ରେମରାଜ ପାଣିଗ୍ରାହୀ, କିଶୋର ବରିହା, ନେହେରୁ କ୍ଲବର ସଭାପତି ସହଦେବ ମାଝୀ ଉପସ୍ଥିତ ଥିଲେ । ମୁଖ୍ୟବକ୍ତା ଶ୍ରୀ ଦାଶ ରକ୍ତଦାନ ମହତଦାନ ତେଣୁ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚେଇବା ଏକ ମହତ କାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଚଳିତ ବର୍ଷର ବିଷୟ ମାନବିକତା ବଞ୍ଚି ରହୁ ଏବଂ ସହଯୋଗର ହାତ ବଢେଇ ସମ୍ପର୍କକୁ ଦୃଢ କରିବାକୁ ଆହ୍ୱାନ ଦେଇଥିଲେ । ସଭାପରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୈଳାସ ମାଝୀ, ଜନକ ମାଝୀ, କିଶୋର ମାଝୀ, ଗୋପାଳ ମାଝୀ, ଝସକେତନ ମାଝୀ, ନସୁମ ପୁଟେଲ, ପ୍ରତାପ ପୁଟେଲ, ଟଙ୍କ ମାଝୀ, ଦୟାନନ୍ଦ ପୁଟେଲ ,ଭଗତ ପୁଟେଲ ଆଦି ଉପସ୍ଥିତ ଥିଲେ ।