
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ ସାହି ପ୍ରମୁଖ ୪ ଗୋଟି ଅଙ୍ଗନବାଡି କେନ୍ଦ୍ରକୁ ନେଇ ଉକ୍ତ ପୋଷଣ ପକ୍ଷ କାର୍ଯ୍ୟକ୍ରମରେ ଗୋଦ ଭରାଇ, ଅନ୍ନ ପ୍ରସନ୍ନ କାର୍ଯ୍ୟକ୍ରମ ସହ ବିଭିନ୍ନ ଆଞ୍ଚଳିକ ପୃଷ୍ଟିକର ପୋଷଣ ଯୁକ୍ତ ଖାଦ୍ୟ ଏପରିକି ମାଣ୍ଡିଆରେ ପ୍ରସ୍ତୁତି ବିଭିନ୍ନ ଖାଦ୍ୟ ପ୍ରଦର୍ଶନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସି ଡ଼ି ପି ଓ ସଲୀଳା ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ କିଶୋରୀ ବାଳିକା ଓ ପ୍ରସୂତି ମାନଙ୍କୁ ପୃଷ୍ଟିକର ଯୁକ୍ତ ଖାଦ୍ୟର ଉପକାରୀତା ସମ୍ପର୍କରେ ସଚେତନତା କରାଇଥିଲେ । ଶେଷରେ କିଶୋରୀ ବାଳିକାମାନଙ୍କୁ ନେଇ ଏକ ସାଇକେଲ ଶୋଭାଯାତ୍ରା ପରିକ୍ରମା କରାଯାଇଥିଲା । ବବିତା ସେଠି, ପ୍ରମିଳା କୁମାରୀ ନାୟକ, ମମତା ଦାଶ, ଧରିତ୍ରୀ ଦାଶ, ପ୍ରମୁଖ ଅଙ୍ଗନବାଡି କର୍ମୀ ଓ ହେଲପରମାନେ ଉକ୍ତ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ ।