ରାଉରକେଲା, (ସସ୍ମିତା ପ୍ରଧାନ) : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅନ୍ତର୍ଗତ ସୁନ୍ଦରଗଡ ଜିଲ୍ଲା ବୈଧ, ମାପ ଓ ବିଜ୍ଞାନ ତଥା ସ୍ୱେଚ୍ଛାସେବୀ ସଙ୍ଗଠନ ଉତ୍ସର୍ଗ ଆନୁକୂଲ୍ୟରେ ସେକ୍ଟର ୧୬ କମ୍ୟୁନିଟି ସେଣ୍ଟର ଠାରେ ବିଶ୍ୱ ଉପଭୋକ୍ତା ଦିବସ ପାଳିତ ହୋଇଯାଇଛି । ଏଥିରେ ବୈଧ, ମାପ ଓ ବିଜ୍ଞାନର ସହକାରୀ ନିୟନ୍ତ୍ରକ ବିଦ୍ୟୁତପ୍ରଭା ନାଥ ସଭାପତିତ୍ୱ କରିଥିଲେ । ରାଉରକେଲାର ଅତିରିକ୍ତ ଯୋଗାଣ ଓ ବେସାମରିକ ଅଧିକାରୀ ସଞ୍ଜୟ କୁମାର ସାହୁ ମୁଖ୍ୟଅତିଥି, ଅଧିବକ୍ତା ଅକ୍ଷୟ କୁମାର ସାହୁ, ମୁଖ୍ୟବକ୍ତା ଓ ଅନ୍ୟତମ ଅତିଥି ଭାବେ ଉତ୍ସବର ସଭ୍ୟ ନାଟ୍ୟକାର ନରେନ ଦାସ, ଅଧିବକ୍ତା ରେଖା ଗୁପ୍ତା, ଜଗନ୍ନାଥ କ୍ଲଷ୍ଟରର ସଭାପତି ଅର୍ଚ୍ଚନା ସାହୁ, ସମାଜସେବୀ କାମିନୀ ମହନ୍ତ, ଏକତା ଗୃପର ସଭାପତି ବସୁମତୀ ମହାନ୍ତି, ବୈଧ ମାପ ବିଜ୍ଞାନର ଅମିତ କୁମାର ଟେଟେ ପ୍ରମୁଖ ଯୋଗଦେଇ ବିଶ୍ୱ ଉପଭୋକ୍ତା ଦିବସ ପାଳନର ତାତ୍ପର୍ଯ୍ୟ, ଏ ବର୍ଷର ଶୀର୍ଷକରେ ଏକ ଜୀବନଶୈଳୀର ଦୀର୍ଘ ସ୍ଥାୟୀ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ । ଆମ ବ୍ୟବହାର ପଦ୍ଧତିରେ ନିରପେକ୍ଷତା, ଦାୟିତ୍ଵ, ସ୍ଥିରତା, ଦୀର୍ଘସ୍ଥାୟୀ, ବିଚାରବନ୍ତ ଓ ଭୟକୁ ଦୂର କରିବା ଏବଂ ନୈତିକ ବ୍ୟାବସାୟିକ ଅଭ୍ୟାସକୁ ପ୍ରୋତ୍ସାହିତ କରିବାପାଇଁ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମକୁ ଉତ୍ସବର ସମ୍ପାଦିକା ଲକ୍ଷ୍ମୀପ୍ରିୟା ମୁଦୁଲି ପରିଚାଳନା କରିଥିବା ବେଳେ ନାରାୟଣ ପ୍ରସାଦ ମହାି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ମାନେ ଯୋଗଦେଇଥିଲେ ।

Next Post