oom

ଗୁଡଭେଲା ଶାଖା ତରଫରୁ ସମ୍ବାଦ ସାହିତ୍ୟ ଘରର ତ୍ରୟୋଦଶ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ

jsmm

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଶାଖା ଆନୁକୂଲ୍ୟରେ ସମ୍ବାଦ ସାହିତ୍ୟ ଘରର ତ୍ରୟୋଦଶ ପ୍ରତିଷ୍ଠା ଦିବସ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସଭାପତି ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଓ ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ସଭା ସଞ୍ଚାଳନରେ ‘ସୁସ୍ଥ ସମାଜ ଗଠନରେ ସମ୍ବାଦ ସାହିତ୍ୟ ଘରର ଭୂମିକା’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ତୁଳସୀ ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସାହିତ୍ୟ ସୁସ୍ଥ ସମାଜ ଗଠନରେ ଅତୀତରେ ଅଗ୍ରଣୀ ଭୂମିକା ନେଇ ଆସିଛି, ଆଗକୁ ମଧ୍ୟ ନେବ ବୋଲି ଅଭିମତ ରଖିଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ରାଧାରମଣ କେଡିଆ ଓ ବିଶିଷ୍ଟ ସାହିତ୍ୟିକ ବରୁଣ କୁମାର ସାହୁ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ଅତିଥିଙ୍କ ଗହଣରେ ସମସ୍ତ ସଦସ୍ୟ, ସଦସ୍ୟା କେକ୍ କାଟି ତ୍ରୟୋଦଶ ପ୍ରତିଷ୍ଠା ଉତ୍ସବର ଶୁଭାରମ୍ଭ କରିଥିଲେ । ଏହି ଆଲୋଚନା ଚକ୍ରରେ କବି ସୁଧାକର ପ୍ରଧାନ, କଣ୍ଠଶିଳ୍ପୀ ସୁଧାକର ପ୍ରଧାନ, ଶିକ୍ଷାବିତ୍‌ ଯୁଗଳ କିଶୋର ସାହୁ, କବି ଦେବାଶିଷ ମହାପାତ୍ର, ଭକ୍ତ ବନ୍ଧୁ ସାହୁ, ସନ୍ତୋଷ କୁମାର ବେହେରା, ସୁବଳ ସାହୁ, ପ୍ରହଲ୍ଲାଦ ଦଣ୍ଡସେନା, ଜିତେନ୍ଦ୍ର ସାହୁ, କବୟିତ୍ରୀ ବବିତା ନାୟକ, ହୀରାବତୀ ସାହୁ, ଗୌରୀ ଶର୍ମା ପ୍ରମୁଖ ଅଂଶ ଗ୍ରହଣ କରି ବହୁମୂଲ୍ୟ ମତାମତ ଉପସ୍ଥାପନ କରିଥିଲେ । ଶେଷରେ ଯୁଗ୍ମ ସଂପାଦକ ଦେବାଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.