ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଧାକୃଷ୍ଣ ମନ୍ଦିର ବ୍ରାହ୍ମଣପଡା ବଲାଙ୍ଗିର, ଭାଗବତ ଟୁଙ୍ଗୀରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ବଲାଙ୍ଗିର ଶାଖା ଆନୁକୁଲ୍ୟରେ ଆଦି କବି ବାଲ୍ମିକୀ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା । ଏହି ଅବସରରେ ସଭାପତି ଓ ସଚିବ ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ଅନେକ ସାହିତ୍ୟ ପ୍ରେମୀ ଯୋଗ ଦେଇଥିଲେ । ସଭା ପରିଚାଳନା କରିଥିଲେ ଡକ୍ଟର ଭବାନୀଶଙ୍କର ପଟେଲ । ରାମ ଚନ୍ଦ୍ର ପଟେଲ ସଚିବ ଦିନର ମହତ୍ୱ ତଥା ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବିଷୟ ଗୁଡିକ ଆଲୋକପାତ କରିଥିଲେ । ବକ୍ତା ଭାବରେ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ସମାଜର ସଭାପତି ଧନଞ୍ଜୟ ମିଶ୍ର, ବାଲ୍ମିକୀଙ୍କ ଜୀବନ ଚରିତ ତାଙ୍କ ରାମାୟଣର ଆଲୋକପାତ କରିଥିଲେ । ଏହି ଅବସରରେ ବାଲ୍ମିକୀ ଜୀବନକୁ ନେଇ ସବିତା ଦାନୀ ଓ ଡକ୍ତର ଭବାନୀଶଙ୍କର ପଟେଲ ଏକ କବିତା ପାଠ କରିଥିଲେ । ମୁଖ୍ୟ ବକ୍ତା ବଂଶୀଧର ଦାନୀ ଗୀତା, ଭଗବତ, ରାମାୟଣ ତଥା ବେଦର ପ୍ରଶଂସାଗାନ କରି ବେଦକୁ ଭାରତୀୟଙ୍କ ସମ୍ବିଧାନ ବୋଲି କହିଥିଲେ । ଭାରତୀୟମାନଙ୍କ ସଂସ୍କୃତି ଓ ପରଂପରାକୁ ବିଶେଷ ମହତ୍ୱ ଦେଇଥିଲେ । ଶେଷରେ ସଭାପତିଙ୍କ ଅଭିଭାଷଣ ଓ ଧନ୍ୟବାଦ ପ୍ରଦାନ ପୂର୍ବକ ସଭା କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।