ବର୍ଷୀୟାନ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୭୭ତମ ଜନ୍ମଦିନ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ କବି, ନାଟ୍ୟକାର ତଥା ନବୀନ ସାହିତ୍ୟ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୭୭ତମ ଜନ୍ମଦିନ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ହାରା ଫାଉଣ୍ଡେସନ ତରଫରୁ ନର ନାରାୟଣ ସେବା ବିଭିନ୍ନ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା । ଶ୍ରୀ ତ୍ରିପାଠୀଙ୍କ ଦୀର୍ଘ ନିରାମୟ ଜୀବନ ଯାପନ ନିମନ୍ତେ ରାମଚନ୍ଦ୍ରପୁରୁ ସ୍ଥିତ ଲକ୍ଷ୍ମୀ ନୃସିଂହ ମନ୍ଦିରରେ ଶତାଧିକ ଦୀପ ପ୍ରଜ୍ୱଳନ କରାଯାଇଥିଲା । ସନ୍ଧ୍ୟାରେ ଖୋଡା ସିଂ ବାସୁଦେବ ନଗର ଠାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ କବି, ଶିକ୍ଷାବିତ ଓ ସମାଜସେବୀ ଯୋଗଦେଇ କବି ତ୍ରିପାଠୀଙ୍କ ବହୁମୁଖି ବ୍ୟକ୍ତିତ୍ୱ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ପୂର୍ବତନ କୁଳପତି ମନ୍ମଥ ପାଢ଼ୀ, ଜଗନ୍ନାଥ ସଂସ୍ମୃତି ଗବେଷକ କୃଷ୍ଣ କେଶବ ଷଡଙ୍ଗୀ, ଆଲୋଚକ କୁଳମଣି ଓଝା, ପ୍ରଫେସର ବାଉରୀ ବନ୍ଧୁ ସାହୁ, ପ୍ରଫେସର ବିଷ୍ଣୁ ଚୌଧୁରୀ, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, କବି ସୁଶାନ୍ତ କର, ବୈଷ୍ଣବ ଦାସ, ଡଃ ଅନନ୍ତ ରାମ କର, ରାଇରଞ୍ଜନ ନନ୍ଦ, ଦେବାଶିଷ ସ୍ୱାଇଁ, କମାରାଜୁ ମହାରଣା, ଶ୍ୟାମ ପ୍ରସାଦ ମିଶ୍ର, ପ୍ରମୋଦ କୁମାର ପଣ୍ଡା, ବଂଶୀଧର ସେଠୀ, ପ୍ରବଚକ ଶ୍ରୀଧର ଦାସ, ସୁରଞ୍ଜନ ହୋତା, କେ. ସୁମିତା ପାତ୍ର, ମୂରଲୀଧର ନନ୍ଦ, କୁଳମଣି ସାହୁ, ରାଧାଶ୍ୟାମ ପଣ୍ଡା, ମାନସ ରଞ୍ଜନ ତ୍ରିପାଠୀ, ଡ଼ାକ୍ତର ସାଗର ରଞ୍ଜନ ତ୍ରିପାଠୀ, ପ୍ରଫୁଲ୍ଲ ଚନ୍ଦ୍ର ଦାସ, ପବିତ୍ର ମହରଥା, ସମର୍ଜିତ ମହାନ୍ତି, ନବୀନର ପ୍ରକାଶିକା ମଞ୍ଜୁ ରଥ, ସୁଖେନ୍ଦୁ କୁମାର ଦାସ, ପଣ୍ଡିତ ପ୍ରଶାନ୍ତ ରଥ, ଅଧିବକ୍ତା ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ଭଞ୍ଜ ସାହିତ୍ୟ ଗବେଷକ ପାର୍ଥ ସାରଥି, ଡ଼ଃ ଲମ୍ବୋଦର ପାଣିଗ୍ରାହୀ, ମନୋରଞ୍ଜନ ବିଷୋୟୀ, ପ୍ରଶାନ୍ତ ମହାନ୍ତି, ଜ୍ୟୋତ୍ସ୍ନାରାଣୀ ଦେବୀ, କବି ସୁଶାନ୍ତ ଦାସ, ରାଜ କିଶୋର ଦାସ, ହରି ହର ପାତ୍ର, ପୂର୍ଣ୍ଣ ଚନ୍ଦ୍ର ରଥ, ପ୍ରଭାକର ପଣ୍ଡା, ମନୋଜ କୁମାର ସାହୁ, ମୁରଲୀ ଧର ନନ୍ଦ, ଲିଙ୍ଗରାଜ ନାହାକ, ଡାକ୍ତର ନଳିନୀ ମହାନ୍ତି, ପଣ୍ଡିତ ଚନ୍ଦ୍ର ମଣି ଦାସ, ମୋହନ ଦାଶ, ଦୁର୍ଗା ମାଧବ ପାଣିଗ୍ରାହୀ, ପବିତ୍ର କୁମାର ନାୟକ, ଶ୍ୟାମ ସୁନ୍ଦର ସାହୁ, ଅଶୋକ କୁମାର ମହାନ୍ତି, କବି ହୃଷୀକେଶ ଦାସ, ସୁଧାଞ୍ଜଳି ମିଶ୍ର, ମିହିର ତ୍ରିପାଠୀ, ସଞ୍ଜୟ କୁମାର ଷଡଙ୍ଗୀ, ଯାମିନି କାନ୍ତ ଦାସ, ବାଳକୃଷ୍ଣ ସାମନ୍ତରା, କମଳ ଲୋଚନ ପଣ୍ଡା, ପଦ୍ମିନୀ ମିଶ୍ର, ରମେଶ ଚନ୍ଦ୍ର ମିଶ୍ର, ହେମାଙ୍ଗ ପ୍ରସାଦ ରାଉଳ, ମମତା ବିଷୋୟୀ, ରାଜେନ୍ଦ୍ର ପଣ୍ଡା, ସିମାଞ୍ଚଳ ହୋତା, ସତ୍ୟବାନ ପଣ୍ଡା, ଗୋପାଳ, ଜ୍ୟୋତି ରଞ୍ଜନ ଆଚାରି, କେ. ସନ୍ତୋଷ ପାତ୍ର, ମନୋଜ ଘଡେ଼ଇ, ପଣ୍ଡିତ ସୂର୍ଯ୍ୟ ନାରାୟଣ ଦାସ, ସୀମାଞ୍ଚଳ ସାହୁ, ରତି କାନ୍ତ ଦାସ, ଚନ୍ଦ୍ର ଶେଖର ସାହୁ, ନୀଳ ମାଧବ ସାହୁ, କୃତିବାସ ବିଶ୍ୱାଳ, ଡ଼ଃ. ପ୍ରଦୀପ୍ତ ସିଂ, ଗୌରୀ ଶଙ୍କର ମିଶ୍ର, ଅମିତାଭ ସାହୁ, ମନୋଜ କୁମାର ରଥ, ବିରୁପାକ୍ଷ ଦାଶ, ବୃନ୍ଦାବନ ସାହୁ, ଅଖିଳ ନାଥ ସାବତ, ଉମାକାନ୍ତ ଚୌଧୁରୀ, ଡ଼ି ଶ୍ରୀ ରାମୁଲୁ, ରମାକାନ୍ତ ମିଶ୍ର, ଉମା ଚରଣ ସାହୁ, ବିଶ୍ୱନାଥ ଜେନା, ଭକ୍ତରାମ ପଣ୍ଡାଙ୍କ ସମେତ ଶତାଧିକ ଗୁଣଗ୍ରାହି ବ୍ୟକ୍ତି କବି ତ୍ରିପାଠୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ନିରୋଗ ଜୀବନ କାମନା କରିଥିଲେ ।

Leave A Reply

Your email address will not be published.