ଜର୍ଣ୍ଣାଲିଷ୍ଟ ଏସୋସିଏସନ୍‌ ଝାରବନ୍ଧର ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜର୍ଣ୍ଣାଲିଷ୍ଟ ଏସୋସିଏସନ୍‌ ଝାରବନ୍ଧର ପ୍ରଥମ ବାର୍ଷିକ ଉତ୍ସବ ତଥା ନୂଆଁଖାଇ ଭେଟ୍‌ଘାଟ୍‌ ଝାରବନ୍ଧ ଆର୍‌ଏମ୍‌ସି ବଜାର ପ୍ରାଙ୍ଗଣରେ ଜର୍ଣ୍ଣାଲିଷ୍ଟ ଏସୋସିଏସନ୍‌ ଝାରବନ୍ଧର ସଭାପତି ମୋତିଲାଲ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ବେହେରା, ଖଟିଖିଆ ସଂଗଠନ ଝାରବନ୍ଧର ସଭାପତି ଭୋଜରାଜ ବାଗ ଏବଂ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହରିହର ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ସାଂସ୍କୃତିକ ଦଳ ସମସ୍ତ ଅତିଥିଙ୍କୁ ଏକ ଭବ୍ୟ ସ୍ୱାଗତ କରିଥିଲେ । ଏହି ଅବସରରେ ସାମ୍ପ୍ରତିକ ସ୍ଥିତିରେ ସାମ୍ବାଦିକତା ଏବଂ କଳା ସଂସ୍କୃତି ପ୍ରସଙ୍ଗରେ ଆଲୋଚନା ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ମାନେ କିପରି ଅନ୍ୟ ଲୋକଙ୍କର ବଶବର୍ତ୍ତୀ ନହୋଇ ନିଜ କଲମ ମୁନରେ ସ୍ୱଚ୍ଛତାର ଖବର ପ୍ରସାରଣ କରିବେ ସେ ବିଷୟରେ ସାମ୍ବାଦିକ ମାନଙ୍କୁ ତାଙ୍କର ଦିଗ୍‌ଦର୍ଶନ ପ୍ରଦାନ କରିଥିଲେ । ସବୁଠାରୁ ଖୁସିର ବିଷୟ ଜର୍ଣ୍ଣାଲିଷ୍ଟ ଏସୋସିଏସନ୍‌ ଝାରବନ୍ଧର କାର୍ଯ୍ୟାଳୟ ଗୃହ ସାଂସଦ ପାଣ୍ଠିରୁ ନିର୍ମାଣ ହେବ ବୋଲି ସାଂସଦ ଶ୍ରୀ ପୁରୋହିତ ଘୋଷଣା କରିଛନ୍ତି । ସାଂସଦଙ୍କ ଏହି ଘୋଷଣାକୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ଜର୍ଣ୍ଣାଲିଷ୍ଟ ଏସୋସିଏସନ୍‌ ଝାରବନ୍ଧର ସଭାପତି ମୋତିଲାଲ ବାଗ ତଥା ସମସ୍ତ ସାଥି ସାଂସଦ ଶ୍ରୀ ପୁରୋହିତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଜର୍ଣ୍ଣାଲିଷ୍ଟ ଏସୋସିଏସନ୍‌ ଝାରବନ୍ଧର ସମ୍ପାଦକ ସୋମନାଥ ବାଗ ବିବରଣୀ ପଠନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଝାରବନ୍ଧ ବ୍ଲକରେ ହୋଇଥିବା ସୁରଭି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗରୁ କୃତି ହୋଇ ଆସିଥିବା ସମସ୍ତ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ସାମାଜିକ ଚେତନ ପାଇଁ ବୈତାଳି କ୍ଲଷ୍ଟର ସିଆର୍‌ସିସି ଦିବସ କୁମାର ସାହୁ, କଳଧାନ ଉତ୍ପାଦନ ପାଇଁ ଚଣ୍ଡୀଭଟା ଅର୍ଗାନିକ ଲାଇଫ ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼, ସଫଳ ଚାଷୀ ଭାରତ ମାଝୀ, ବସନ୍ତା ପଟେଲ, କଳାରତ୍ନ ଘନଶ୍ୟାମ ନାଗ ଏବଂ ବ୍ଲକ କଳା ଏବଂ ସଂସ୍କୃତି ସଂଘର ଉପସଭାପତି ହର୍ଷବର୍ଦ୍ଧନ ଲୁହାର, ଜୟ ଜଗନ୍ନାଥ ବାଜା ପାର୍ଟି ଡୁଙ୍ଗୁରିପାଲି, ମାଁ ସମଲେଶ୍ୱରୀ ଭଜନ ପାର୍ଟି କାଶୀପାଣି , କଳାଗୌରବ ଚକ୍ରପାଣି ସେଠ, କଳାକାର ମଣି ଛତର,ସଂଚାର କଳାକାର ଉର୍ମିଳା ଛତର ତଥା ମାଁ ସମଲେଶ୍ୱର ବାଜା ପାର୍ଟି ଭାଗିରଥି ନାଗଙ୍କ ଟିମ୍‌କୁ ସମ୍ମାନିତ କରାଯାଇଥିଲା । ନୃତ୍ୟ ପ୍ରତିଯୋଗିତାରେ ଜଜ ଭାବେ ଯୁବ କଳାକାର ବିବେକାନନ୍ଦ ପଶାୟତ, ଶିକ୍ଷୟତ୍ରୀ ନିରା ମହାନନ୍ଦ ଏବଂ କାଳରତ୍ନ ଘନଶ୍ୟାମ ନାଗ ଭୂମିକା ନିର୍ବାହ କରିଥିଲେ । ନୃତ୍ୟ ପ୍ରତିଯୋଗିତାରେ ଲକ୍ଷ୍ମୀ ନାରାୟଣ ହାଇ ସ୍କୁଲ ଡୁଙ୍ଗୁରିପାଲିର ଟ୍ରୁପ ପ୍ରଥମ ସ୍ଥାନ, ଦ୍ଵିତୀୟ ସ୍ଥାନ ନୋଡାଲ ୟୁ. ଜି. ପି. ଏସ. ଝାରବନ୍ଧ, ଅରବିନ୍ଦ ସ୍କୁଲ ଝାରବନ୍ଧ ତୃତୀୟ ସ୍ଥାନ ହାସଲ କରିଥିଲେ । ତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଝାରବନ୍ଧ କ୍ଲଷ୍ଟରର ସିଆର୍‌ସିସି ଗୋପାଳ ଚନ୍ଦ୍ର ହରିଜନ ମଞ୍ଚ ପରିଚାଳନା କରିଥିଲେ । ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧ ର ସଦସ୍ୟ କୋଷାଧ୍ୟକ୍ଷ ସୌଦାଗର ବରିହା, ମିଡ଼ିଆ ପ୍ରଭାରୀ ନାରାୟଣ ସତନାମୀ, ଗୌରୀଶଙ୍କର ପାଞ୍ଚଭାୟା, ବାସନ୍ତୀ ପାଇକ ପ୍ରମୁଖ ସହଯୋଗ କରିଥିଲେ । ସତର୍କ ଅନୁଷ୍ଠାନ ଚଣ୍ଡିଭଟା ଦ୍ୱାରା ଶ୍ରୀ ଅନ୍ନ ଅଭିଯାନର ଫୁଡ୍‌ ଷ୍ଟଲ୍‌କୁ ଯାହାକୁ ସାଂସଦ ପୁରୋହିତ ପରିଦର୍ଶନ କରିଥିଲେ ।

Leave A Reply

Your email address will not be published.